ଯାଜପୁର ସହରରେ ସଟଡାଉନ ପ୍ରଭାବ: ସବୁ ଠପ୍ ।

0 531

ଯାଜପୁର,୨୪/୦୪(ପିପିଟି); ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ସରକାର ଆଜିଠାରୁ ରାଜ୍ୟର ସମସ୍ତ ସହରାଞ୍ଚଳରେ ସପ୍ତାହାନ୍ତ ସଟଡାଉନ ଘୋଷଣା କରିଥିଲେ ।ସପ୍ତାହାନ୍ତ ସଟଡାଉନର ପ୍ରଭାବ ଯାଜପୁର ଟାଉନ ଓ ବ୍ୟାସନଗର ପୌରାଞ୍ଚଳ ଦେଖିବାକୁ ମିଳିଛି । ଅତ୍ୟାବଶ୍ୟକ ସେବାକୁ ଛାଡି ସମସ୍ତ ଦୋକାନ ବଜାର, ବସ ଚଳାଚଳ ବନ୍ଦ ରହିଛି । ଜନସାଧାରଣ ସଟଡାଉନକୁ ପୂର୍ଣ୍ଣ ସହଯୋଗ କରୁଥିବା ଏଠାରେ ଦେଖିବାକୁ ମିଳିଛି ।ଅତ୍ୟନ୍ତ ଆବଶ୍ୟକତା ନଥିଲେ କେହି ଘରୁ ବାହାରୁ ନାହାନ୍ତି । ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚେକିଙ୍ଗ କରାଯାଇଛି । ଯାଜପୁର ଏସ୍ପି ରାହୁଲ ପିଆର ପ୍ରତେକ୍ଷ ତତ୍ୱାବଧାନରେ ଚେକିଂକୁ କଡାକଡି କରାଯାଇଛି । ଅଯଥାରେ କିଛି ଅମାନିଆ ବାହାରକୁ ବାହାରିଲେ ପୋଲିସ ସେମାନଙ୍କୁ ଅଟକାଇ ତାଗିଦ କରୁଛି । ସଟଡାଉନ ଯୋଗୁଁ ଯାଜପୁର ଓ ବ୍ୟାସନଗର ସହର ସମ୍ପୂର୍ଣ୍ଣ ଜନଶୂନ୍ୟ ହୋଇପଡ଼ିଛି । ଗତକାଲି ରାତି ୯ ଟାରୁ ଆଜି ସକାଳ ୫ ଟା ପର୍ଯ୍ୟନ୍ତ ସହରରେ କର୍ଫ୍ୟୁ ଥିବା ବେଳେ ଆଜି ଏକ ଘଂଟା ପାଇଁ ଜନସାଧାରଣଙ୍କୁ କଟକଣା ସାମାନ୍ୟ କୋହଳ କରାଯାଇଥିଲା । ସଟଡାଉନ୍ ନେଇ ପୋଲିସ ଓ ପୌରପରିଷଦ ପକ୍ଷରୁ ମାଇକ୍ ଯୋଗେ କାଲି ଠାରୁ ପ୍ରଚାର ପ୍ରସାର କରାଯିବା ସହ କୋଭିଡ୍ ନିୟମ ମାନି ଚଳିବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି।

Leave A Reply

Your email address will not be published.