ନିର୍ମାଣ ଶ୍ରମିକଙ୍କ ସମସ୍ୟାର ସମାଧାନ ନିମିତ୍ତ ମଇ ୦୩ରୁ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଘେରାଉ କରିବ ଏଆଇଟିୟୁସି ।

0 461

ବୌଦ୍ଧ,୨୨/୦୪(ପିପିଟି); ଆଜି ଭାରତବର୍ଷର ସର୍ବପ୍ରଥମ ଶ୍ରମିକ ସଂଗଠନ ଏଆଇଟିୟୁସି ପକ୍ଷରୁ ଜିଲ୍ଲାର ନିର୍ମାଣ ଶ୍ରମିକଙ୍କୁ ବହୁବିଦ୍ଧି ସମସ୍ୟା ର ସମାଧାନ ନିମିତ୍ତ ସଭାପତି ଭାଗିରଥି ଦାସଙ୍କ ସଭାପତିତ୍ବରେ ଏକ ବୈଠକ ଛତ୍ରଙ୍ଗ ସିପିଆଇ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ସଂଗଠନର ସମ୍ପାଦକ ତଥା ୦୯ନଂଜୋନ ଜିଲ୍ଲାପରିଷଦ ସଭ୍ୟ ଅବକାଶ ସାହୁ ଯୋଗଦେଇ ଜିଲ୍ଲାଶ୍ରମଧିକାରୀଙ୍କ ବେପରୁଆ ମନୋବୃତ୍ତି ଏବଂ ରାଜନୈତିକ ଉଦ୍ଦେଶ୍ୟ ରଖି ଆଜିପର୍ଯ୍ୟନ୍ତ ବିବାହ ସହାୟତା ରାଶି ପ୍ରଦାନ ନକରିବା ବିଗତ ବର୍ଷର ଶିକ୍ଷାସହାୟତା ରାଶି ପ୍ରଦାନ ନକରିବା , ଦୀର୍ଘବର୍ଷଧରି ୨୦ଟଙ୍କିଆ ରସିଦ ପାଇ ପଞ୍ଜିକୃତ ପ୍ରମାଣ ପତ୍ର ପାଇବାରୁ ବଞ୍ଚିତ ଶ୍ରମିକଙ୍କୁ ତୁରନ୍ତ ପ୍ରମାଣ ପତ୍ର ପ୍ରଦାନ, ପ୍ରସୂତୀ କାଳୀନ ସହାୟତା ପ୍ରଦାନରେ ଅହେତୁକ ବିଳମ୍ବତା ,ଗତବର୍ଷ କରୋନା ସହାୟତା ରାଶିରୁ ବଞ୍ଚିତ ଶ୍ରମିକଙ୍କୁ ତୁରନ୍ତ ସହାୟତା ପ୍ରଦାନ ମୃତ ଶ୍ରମିକଙ୍କ ନାମରେ କରୋନା ସହାୟତା ରାଶି ହଡପ କରିଥିବା ସରକାରୀ କର୍ମଚାରୀଙ୍କୁ ସୁରକ୍ଷା ପ୍ରଦାନ କରି ନୀରିହ ଶ୍ରମିକଙ୍କୁ ତାଙ୍କ ଅଧିକାରରୁ ବଞ୍ଚିତ ରଖୁଥିବାରୁ କ୍ଷୋଭ ପ୍ରକାଶ କରିବା ସହ ମଇ ୦୩ତାରିଖରୁ ସମସ୍ତ କରୋନା ନିୟମକୁ ସମ୍ମାନ ଦେଇ ଉପରୋକ୍ତ ଦାବୀ ସମୁହ ପୁରଣ ପର୍ଯ୍ୟନ୍ତ ଜିଲ୍ଲାଶ୍ରମଧିକାରୀଙ୍କ କାର୍ଯ୍ୟାଳୟ ନିକଟରେ ଅହୋରାତ୍ର ଧାରଣାରେ ବସିରହିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସିପିଆଇ ଜିଲ୍ଲା ସମ୍ପାଦକ ପ୍ରଦୀପ ମହାଙ୍କୁଡ ଯୁବସଂଘ ଜିଲ୍ଲା ସଭାପତି ସୁଧାଂଶୁ ମହାଙ୍କୁଡ ,ଭୀମସେନ ଘିବଲା, ବିରଞ୍ଚି ନାୟକ,ସୁରେଶ ଚନ୍ଦ୍ର ବେହେରା, ପ୍ରଦୀପ କୁମାର ସାହୁ, ବବିତା ନାୟକ, ସଞ୍ଜୁକ୍ତା ମହାଲିକ ,ଭାମା ନାୟକ,ସୁବଳ ଦୀପ, ଅଶୋକ ସାହୁ ପ୍ରମୁଖଙ୍କ ନେତୃତ୍ବରେ ଶତାଧିକ ଶ୍ରମିକ ପ୍ରତିନିଧି ଯୋଗଦେଇଥିଲେ ।

Leave A Reply

Your email address will not be published.