ବସ ଧକ୍କାରେ କଲେଜ ଛାତ୍ରର ମୃତ୍ୟୁ ।

0 1,435

ଭଞ୍ଜନଗର,୨୧/୦୪(ପିପିଟି); ବେଲଗୁଣ୍ଠା ଥାନା ଅନ୍ତର୍ଗତ ବାଣତୁମ୍ବୁ ଗ୍ରାମର ଦୁଇ ସହପାଠୀ ଭଞ୍ଜନଗରକୁ ଟିଉସନ ଯାଉଥିବା ବେଳେ ଜଣେ ଛାତ୍ର ସରକାରୀ ବସ ଧକ୍କାରେ ଗୁରୁତର ଆହତ ହୋଇ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁବରଣ କରିଥିବା ଜଣାପଡିଛି। ସୂଚନା ମୁତାବକ ବାଣତୁମ୍ବୁ ଗ୍ରାମର ବଲ୍ଲଭ ପଣ୍ଡାଙ୍କ ପୁଅ ଆଦିତ୍ୟ ପଣ୍ଡା(୧୭) ଓ ତାର ସାଙ୍ଗ ବିଘ୍ନେସ ସାହୁ ଦୁହେଁ ମିଶି ବୁଧବାର ଅପରାହ୍ନରେ ଭଞ୍ଜନଗର ଠାରେ ଥିବା ଏକ ଘରୋଇ କୋଚିଂ ସେଣ୍ଟରକୁ ଟିଉସନ ଆସୁଥିବା ବେଳେ ନୂଆଗାଁ ବ୍ରିଜ ପୂର୍ବରୁ ଭଞ୍ଜନଗର ଠାରୁ କେନ୍ଦୁଝର ଯାଉଥିବା ଏକ ସରକାରୀ ବସର ସାଇଡ ଡିକି ହଠାତ୍ ଖୋଲି ଯିବାରୁ ତାହା ଆଦିତ୍ୟର ସାଇକେଲରେ ବାଡେଇ ହୋଇଯିବା ଫଳରେ ସେ ସାଇକେଲରୁ ଛିଟକି ରାସ୍ତା ଉପରେ କଚଡ଼ି ହୋଇପଡି ଗୁରୁତର ଆହତ ହୋଇଥିଲେ। ସଙ୍ଗେ ସଙ୍ଗେ ତାକୁ ସ୍ଥାନୀୟ ଲୋକମାନେ ଉଦ୍ଧାର କରି ଭଞ୍ଜନଗର ମେଡ଼ିକାଲ ରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ହେଲେ ଏଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ।ଖବର ପାଇ ବେଲଗୁଣ୍ଠା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉକ୍ତ ବସକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।ଆଦିତ୍ୟ ତାଙ୍କ ପରିବାରର ଏକ ମାତ୍ର ପୁଅ ବୋଲି ଜଣାପଡ଼ିଛି। ଦୁର୍ଘଟଣା ଘଟାଇ ଓ ଏସ ଆର ଟି ସି ବସ ଟି କେନ୍ଦୁଝର ଅଭିମୁଖେ ଚାଲିଯାଇଥିବା ଜଣାପଡିଛି ।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.