ବୋଲଗଡ଼,୨୧/୦୪(ପିପିଟି),ବୋଲଗଡ଼ ବେଗୁନିଆ ନିର୍ବାଚନ ମଣ୍ଡଳୀ ବିଜୁଛାତ୍ର ଜନତାଦଳ ପକ୍ଷରୁ କୋରନା ସଚେତନତା ବାର୍ତ୍ତା, ସାନିଟାଇଜର ଓ ମାସ୍କ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ୫୭ନମ୍ବର ଜାତୀୟ ରାଜପଥ ଉଭୟ ପାର୍ଶ୍ବରେ ରହି ପ୍ଳାକାଡ ମାଧ୍ୟମ ରେ ପଥଚାରିଙ୍କୁ କୋରନା ରୋଗରୁ ମୁକ୍ତି ପାଇବା ପାଇଁ ସଚେତନତା ବାର୍ତ୍ତା ଦିଆଯାଇଥିଲା। ଖୋର୍ଦ୍ଧା ଜିଲ୍ଲାର ବିଜୁଛାତ୍ର ଜନତାଦଳର ସଭାପତି ବିଶ୍ୱଦୀପ ଆବାହକତ୍ବରେ ଏହି କାର୍ଯ୍ୟକ୍ରମ କରାଯାଇଥିଲା। ଏଥିରେ ସଂପାଦକ ଅତୁଲ କୁମାର ସାହୁ, ବୋଲଗଡ଼ ବ୍ଲକ ସଭାପତି ଗୌତମ ସ୍ୱାଇଁ, ଉପଦେଷ୍ଟା ପ୍ରକାଶ କୁମାର ସାହୁ ପ୍ରମୁଖ ଯୋଗଦେଇ ଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବୋଲଗଡ଼ ଛାତ୍ର ଜନତା ଦଳର ବହୁ କର୍ମୀମାନେ ଉପସ୍ଥିତ ଥିଲେ।
(ରିପୋର୍ଟ -ସୁଶାନ୍ତ କୁମାର ପ୍ରଧାନ। )