ଵୋଲଗଡ଼,୨୦/୦୪(ପିପିଟି); ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ପାନୀୟ ଜଳର ଅଭାବ ମୁଖ୍ୟ ସମସ୍ୟା ହେଉଛି। ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଦ୍ବାରା ରାଜ୍ୟ ସରକାରଙ୍କ ପ୍ରାୟ ଗ୍ରାମକୁ ପାଇପ୍ ଲାଇନ ସଂଯୋଗ ରହିଛି। ଚଳିତ ବର୍ଷ କମ ବୃଷ୍ଟିପାତ ଯୋଗୁଁ ବୋଲଗଡ଼ ଅଞ୍ଚଳରେ ଜଳସ୍ତର ତଳକୁ ଖସି ଯାଇଛି ।ଯାହା ଫଳରେ କୂଅ ପୋଖରୀ ଶୁଖିବାରୁ ପାନୀୟ ଜଳ ସମସ୍ୟା ଦେଖା ଦେଇଛି। ଗତ ସୋମବାର ଦିନ ବୋଲଗଡ଼ ବ୍ଲକ ଟିକାତଳ ଠାରେ ପାଣି ପାଇଁ ରାଜରାସ୍ତା ଅବରୋଧ କରିଥିଲେ। ବୋଲଗଡ ବେଗୁନିଆ ନିର୍ବାଚନ ମଣ୍ଡଳୀକୁ ଉତ୍କଟ ପାନୀୟ ଜଳର ସମସ୍ୟା ଦୂର ପାଇଁ ମହାନଦୀରୁ ମେଗା ଜଳପ୍ରକଳ୍ପ ଆରମ୍ଭ ହୋଇଥିବା ବେଳେ କାର୍ଯକ୍ଷମ ହୋଇନାହିଁ । ଚଳିତବର୍ଷ ଗ୍ରୀଷ୍ମ ପ୍ରବାହଯୋଗୁଁ ପିଇବା ପାଣି ସମସ୍ୟା ଦେଖା ଦେଇଛି। ଏହାର ସମାଧାନ ପାଇଁ ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପ ଖରାପ ଥିବା ପ୍ରକଳ୍ପକୁ ତୁରନ୍ତ ମରାମତି କରିବା, ଦିନକୁ ୨ ଥର ଜଳ ଯୋଗାଣ କରିବା, ନୂତନ ନଳକୂପ ଖନନ କରିବା, ନଳକୂପ ମରାମତି କାର୍ଯ୍ୟ ତୁରନ୍ତ କରିବା ଓ ଜଳ ଯୋଗାଣ ସମୟ ବୃଦ୍ଧି ପାଇଁ ଜନସାଧାରଣ ପକ୍ଷରୁ ଦାବି ଜଣାଇ ଅଛନ୍ତି।
(ରିପୋର୍ଟ -ସୁଶାନ୍ତ କୁମାର ପ୍ରଧାନ। )