କୋଭିଡ କଟକଣା ମଧ୍ୟରେ ବେଗୁନିଆପଡା ବ୍ଲକ ଅଞ୍ଚଳରେ ମାସନ୍ତ ମେରୁ ଯାତ୍ରା ଅନୁଷ୍ଠିତ ।

0 422

କୋଦଳା,୧୩/୦୪(ପିପିଟି); କୋଭିଡ କଟକଣା କୁ ପାଥେୟ କରି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ମାଳ ବେଲପଡା, ଷଣ୍ଢମୂଳ, ତାଳସର ଆଦି ବିଭିନ୍ନ ସ୍ଥାନରେ ମେରୁ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ମେରୁ ପଡ଼ିଆ ରେ ଦଣ୍ଡୁଆ ମାନଙ୍କ ଦ୍ଵାରା ଧୂଳି ଦଣ୍ଡ, ପାଣିଦଣ୍ଡ, ଅଗ୍ନି ଦଣ୍ଡ, ମା କାଳୀଙ୍କ ନୀତି କାନ୍ତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇ ମାସନ୍ତ ମେରୁ ଯାତ୍ରା ସମାପନ ହୋଇଯାଇଛି। କୋଭିଡ୍ ଯୋଗୁଁ ଶ୍ରଦ୍ଧାଳୁ ଭକ୍ତଙ୍କ ସଂଖ୍ୟା ବହୁତ କମ୍ ପରିଲକ୍ଷିତ ହୋଇଥିଲା । ଆସନ୍ତା କାଲି ବେଗୁନିଆପଡ଼ା ଅଞ୍ଚଳର ବିଭିନ୍ନ ସ୍ଥାନରେ ସଂକ୍ରାନ୍ତି ମେରୁ ଯାତ୍ରା ଏବଂ ହନୁମାନ ଜୟନ୍ତୀ ପାଳିତ ହେବ ବୋଲି ସୂଚନା ମିଳିଛି ।

(ରିପୋର୍ଟ- ସୂର୍ଯ୍ୟ ନାରାୟଣ ବଡୁ।

Leave A Reply

Your email address will not be published.