ବାରହା କାମୁଡ଼ାରେ ୪ଗୁରୁତର, ଚିକିତ୍ସା ପାଇଁ ଭଞ୍ଜନଗର ମେଡିକାଲରେ ଭର୍ତ୍ତି ।

0 524

ଭଞ୍ଜନଗର,୧୨/୦୪(ପିପିଟି);ଦିନକୁ ଦିନ ଭଞ୍ଜନଗର ଓ ଏହାର ଆଖପାଖ ଅଞ୍ଚଳରେ ଥିବା ଜଙ୍ଗଲରେ ନିଆଁ ଲାଗିବା ଦ୍ୱାରା ବଣ୍ୟ ଜନ୍ତୁମାନେ ଜୀବନ ବଞ୍ଚାଇବାକୁ ଯାଇ ଏଣେ ତେଣେ ଘୁରି ବୁଲୁଛନ୍ତି। ଯାହା ଫଳରେ ବ୍ୟାପକ ଫସଲ ନଷ୍ଟ ହେବା ସହ ସେମାନଙ୍କ ଆକ୍ରମଣରେ ବହୁ ଲୋକ ଗୁରୁତର ଆହତ ହୋଇ ମୃତ୍ୟୁବରଣ କରୁଛନ୍ତି। ଆଜି ସକାଳ ସାଢେ଼ ୭ଟା ସମୟରେ ଗାଙ୍ଗପୁର ଥାନା କ୍ଷେତ୍ରୀ ବରପୁର ପଞ୍ଚାୟତ ବାଘୁଆ ପଲ୍ଲୀ ଗ୍ରାମର ବଡ଼ ସାହିରେ ବାରହା କାମୁଡ଼ାରେ ୩ଜଣ ମହିଳା ଓ ଜଣେ ବୃଦ୍ଧ ଖଣ୍ଡିଆ ଖାବରା ହୋଇ ଗୁରୁତର ଆହତ ହୋଇଛନ୍ତି। ଏହି ଗ୍ରାମର କବି ଗୌଡ଼ (୬୦),ଅହଲ୍ୟା ଗୌଡ଼(୫୫),ସବିତା ଗୌଡ଼(୪୩) ଓ ଭାଗ୍ୟ ନାୟକ(୬୦) ନିଜ ଘର ବାଡ଼ି ପଟେ କାମ କରୁଥିବା ବେଳେ ହାଠାତ୍ ଏକ ବାରହା ଆସି ଜଣଙ୍କ ପରେ ଜଣଙ୍କୁ କାମୁଡ଼ି ପକେଇଥିଲା।ସେମାନଙ୍କ ଚିତ୍କାର ଶୁଣି ଅନ୍ୟ ଗ୍ରାମବାସୀମାନେ ଚାଲି ଆସିବାରୁ ବାରହା ଟି ସେମାନଙ୍କୁ ଛାଡ଼ି ନିକଟ ଜଙ୍ଗଲକୁ ଦୌଡ଼ି ପଳେଇଥିଲା।ଆହତ ମାନଙ୍କୁ ପରିବାର ଲୋକେ ଉଦ୍ଧାର କରି ପ୍ରଥମେ ଗୋବରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠେଇଥଲେ ସେଠାରେ ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କୁ ଭଞ୍ଜନଗର ଉପଖଣ୍ଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.