ସହଯୋଗ ତାଲିମ୍ ଶିବିର ଉଦଯାପିତ ।

0 120

ବେଲଗୁଣ୍ଠା,୦୯/୦୪(ପିପିଟି); ବିଦ୍ୟାଳୟ ମାନଙ୍କର ବିକାଶ ପାଇଁ ବିଦ୍ୟାଳୟ ପରିଚାଳନା କମିଟି ଗୁଡ଼ିକର ଭୂମିକା ଅତି ଗୁରୁତ୍ୱୂପୂର୍ଣ୍ଣ । ଏହି ବାର୍ତ୍ତାକୁ ନେଇ ଗତ ବୁଧବାର ଠାରୁ ଆରମ୍ଭ ହୋଇଥିବା ସହଯୋଗ ତାଲିମ୍ ଶିବିର ଆଜି ଉଦଯାପିତ ହୋଇଯାଇଛି । ବିଗତ ବର୍ଷ ଗୁଡିକରେ ଏହି ତାଲିମ୍ ଶିବିର ଗୁଡ଼ିକ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରରେ ଆୟୋଜିତ ହେଉଥିବା ବେଳେ ଚଳିତ ବର୍ଷ କିନ୍ତୁ କୋଭିଡ କଟକଣା ଦୃଷ୍ଟିରୁ ଏହି ତାଲିମ୍ ଶିବିର ଗୁଡ଼ିକ ପ୍ରତି ବିଦ୍ୟାଳୟରେ ଆୟୋଜିତ ହୋଇଥିଲା । ଗାଙ୍ଗପୁର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ କାର୍ତ୍ତିକେୟ ସେଠୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଏହି ତାଲିମ୍ ଶିବିର ଗାଙ୍ଗପୁର କ୍ଳଷ୍ଟରର କୁମୁଣ୍ଡି, ବିଞ୍ଝଗିରି, ବୋରୀ, ଇନ୍ଧନପୁର,ଖଇରପୁଟି, ସାନ ସାଦରା, ବଡ଼ ସାଦରା,ଗାଙ୍ଗପୁର ଏବଂ ଧାନପୁଞ୍ଜା ପ୍ରମୁଖ ବିଦ୍ୟାଳୟରେ ଆୟୋଜିତ ତାଲିମ୍ ଶିବିରକୁ ଶିକ୍ଷକ ଶିଶିର କୁମାର ସ୍ୱାଇଁ, ଜଗନ୍ନାଥ ପାଇକ, ଦାଶରଥୀ ସେଠୀ, ଗୌରାଙ୍ଗ ମଲ୍ଲିକ, ନିରଞ୍ଜନ ବେହେରା, ଶାନ୍ତିଲତା ବେହେରା, ଅଶୋକ ବେହେରା, ସୁଷମା ନନ୍ଦ ଏବଂ ବାଳକୃଷ୍ଣ ସାବତ ପରିଚାଳନା କରିଥିଲେ । ସେହିପରି ବେଲଗୁଣ୍ଠା ବ୍ଳକ୍ ର ଅନ୍ୟ କ୍ଳଷ୍ଟର ଗୁଡିକର ସମସ୍ତ ବିଦ୍ୟାଳୟରେ ସିଆରସିସି ସୁଧୀର ଦାସ, ବିଦେଶୀ ବାଡତ୍ୟା, ମଧୁସୂଦନ ସେଠୀ, ନିକୁଞ୍ଜ ନାୟକ, ମୃତ୍ୟୁଞ୍ଜୟ ବେହେରା, ସନ୍ତୋଷ ନାୟକ, ପବିତ୍ର ମୋହନ ଶତପଥୀ,ନୀଳକଣ୍ଠ ନନ୍ଦ,ପ୍ରଶାନ୍ତ ପଟ୍ଟନାୟକ ଏବଂ ଶଙ୍କର୍ଷଣ ସେଠୀ ପ୍ରମୁଖଙ୍କ ତତ୍ତ୍ୱାବଧାନରେ ତାଲିମ୍ କେନ୍ଦ୍ର ଗୁଡିକ ପରିଚାଳିତ ହୋଇଥିଲା । ପ୍ରତି ତାଲିମ୍ ଶିବିରରେ ୧୭ ଜଣ ପରିଚାଳନା କମିଟି ସଦସ୍ୟ ଉପସ୍ଥିତ ରହି ବିଦ୍ୟାଳୟର ଉନ୍ନତି ପାଇଁ ତାଲିମ୍ ଗ୍ରହଣ କରିଥିଲେ ।

(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Leave A Reply

Your email address will not be published.