ପରିତ୍ୟକ୍ତ କୂଅରୁ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର ।

0 465

କୋଦଳା,୦୮/୦୪(ପିପିଟି); ବେଗୁନିଆପଡା ବ୍ଲକ କେ. ବରିଡା ପଞ୍ଚାୟତ ଖଲ୍ଲିକୋଟ ଥାନା ସୀମାନ୍ତ ବି ନୂଆପଲ୍ଲୀ ଜନାପଡ଼ିଆର ଏକ ପରିତ୍ୟକ୍ତ କୂଅରୁ ଯୁବକର ଗଳିତ ମୃତଦେହ ଉଦ୍ଧାର କରାଯାଇଥିବା ଜଣା୍ପଡ଼ିଛି । ଶବ ଭାସୁଥିବା ଖବର ପାଇ ପ୍ରଥମେ ବେଗୁନିଆପଡ଼ା ଫାଣ୍ଡି ଅଧିକାରୀ ଦୀପ୍ତିରଞ୍ଜନ ବେହେରା ଏକ ଟିମ ନେଇ ଘଟଣାସ୍ଥଳରେ ପହଁଚିଥିଲେ । ପରେ ପରେ ଖଲ୍ଲିକୋଟ ଥାନା ଏସଆଇ ଅମ୍ବିକା ବେନିଆ ଏକ ଟିମ ନେଇ ପହଁଚିବା ପରେ ଉଭୟ ବେଗୁନିଆପଡ଼ା ଫାଣ୍ଡି ଓ ଖଲ୍ଲିକୋଟ ପୋଲିସର ଘଟଣାର ଅନୁସନ୍ଧାନ କରାଯାଇଥିଲା । ପ୍ରାପ୍ତ ସୁନାନା ଅନୁଯାଇ ଯୁବକ ଜଣଙ୍କ ଦାନପୁର ଗ୍ରାମର ଟୁଙ୍ଗୁରୁ ଦାସଙ୍କ ପୁତ୍ର ସୀମାଞ୍ଚଳ ଦାସ ହୋଇଥିବା ବେଳେ ପିଲାଟି ଦିନରୁ ସେ ମାମୁଁ ଘର ଗାଁ ବିରିବଟିଆରେ ରହୁଥିଲା । ଘର ଲୋକଙ୍କ କହିବା ଅନୁଯାୟୀ ଗତ ଦୁଇ ମାସ ତଳେ ସୀମାଞ୍ଚଳ ସନ୍ଧ୍ୟା ସମୟରେ ଝାଡ଼ା ଯିବାକୁ କହି କୁଆଡେ ହଜିଯାଇଥିଲେ । ବହୁ ଖୋଜାଖୋଜି କରିବା ପରେ ମିଳିନଥିଲା । ଆଉ ଆଜି ସେହି କୂଅରେ ପଡିଥିବା ଖବର ପାଇବା ପରେ ଶବକୁ ଚିହ୍ନଟ କରିଥିଲେ । ଅନ୍ୟପଟେ କୋଦଳା ଅଗ୍ନିସମ ସହିନୀ ପହଂଚି ଶବକୁ ଉଦ୍ଧାର କରିଥିବା ବେଳେ ପୋଲିସ ଏକ ଅପମୃତ୍ୟୁ ମାମଲା ଦାଏର କରି ଶବ ବ୍ୟବଚ୍ଛେଦ ଲାଗି ପଠାଇ ତଦନ୍ତ ଆରମ୍ଭ କରିଛି । ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ଖଲ୍ଲିକୋଟ ଏସଆଇ ଅମ୍ବିକା ବେନିଆ ସୂଚନା ଦେଇଛନ୍ତି ।

(ରିପୋର୍ଟ- ସୂର୍ଯ୍ୟ ନାରାୟଣ ବଡୁ। )

Leave A Reply

Your email address will not be published.