ତୁରନ୍ତ ବସ ଷ୍ଟାଣ୍ଡ କାର୍ଯ୍ୟକ୍ଷମ କରିବାକୁଦାବି; ନହେଲେ ଧାରଣା ।

0 297

ଭଞ୍ଜନଗର,୦୮/୦୪(ପିପିଟି); ଯାତ୍ରୀଙ୍କ ସୁବିଧା ଦୃଷ୍ଟିରୁ ପ୍ରାୟ ୫କୋଟି ଟଙ୍କା ବ୍ୟୟରେ ନିର୍ମିତ ଭଞ୍ଜନଗର ନୂତନ ବସ ଷ୍ଟାଣ୍ଡ ଉଦ୍‌ଘାଟନକୁ ୨ବର୍ଷ ବିତି ଯାଇଥିଲେ ମଧ୍ୟ ତାହା ଆଜି ପର୍ଯ୍ୟନ୍ତ କାମରେ ଲାଗୁନି। ଫଳରେ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅସ୍ଥାୟୀ ବସ ଷ୍ଟାଣ୍ଡରେ କୌଣସି ପ୍ରକାର ସୁବିଧା ନଥିବାରୁ ଯାତ୍ରୀମାନେ ଖରା ତରାରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଅପେକ୍ଷା କରୁଛନ୍ତି। ବର୍ତ୍ତମାନ ପ୍ରବଳ ଖରା ଓ ଗରମ ହେଉଥିବା ବେଳେ ଯାତ୍ରୀଙ୍କ ପାଇଁ ଜଳଛତ୍ର କି ଶୌଚାଳୟର ସୁବିଧା ନାହିଁ । କେବଳ ସେମାନଙ୍କ ପାଇଁ ଗଛ ଛାଇ ହିଁ ଭରସା। ଏସବୁକୁ ଦୃଷ୍ଟିରେ ରଖି ବରିଷ୍ଠ ନାଗରିକ ଫୋରମ ତରଫରୁ ଏକ ଦାବିପତ୍ର ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜଙ୍କୁ ଦିଆଯାଇଛି। ଏଥିରେ ତୁରନ୍ତ ନୂତନ ବସ ଷ୍ଟାଣ୍ଡ କାର୍ଯ୍ୟକ୍ଷମ କରା ନଗଲେ ଆସନ୍ତା ମେ ମାସ ପ୍ରଥମ ରବିବାର ଦିନ ଫୋରମ ପକ୍ଷରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି। ଏଥିରେ ଉପଦେଷ୍ଟା ଡ଼. କମ୍ବୁପାଣି ସାମନ୍ତ, ସଭାପତି ସୋମନାଥ ନାୟକ, ସମ୍ପାଦକ ରବୀନ୍ଦ୍ର ନାଥ ଆଚାର୍ଯ୍ୟ, ପ୍ରାକ୍ତନ କଲେଜ ଅଧ୍ୟକ୍ଷ ଶିବରମ ପଣ୍ଡା ଉପସ୍ଥିତ ଥିଲେ।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.