ସାନଖେମୁଣ୍ଡି,୦୮/୦୪(ପିପିଟି);ଏବେ ଯେଉଁ ଭଳି ଭାବେ ଗ୍ରୀଷ୍ମ ପ୍ରବାହ ଦିନକୁ ଦିନ ବଢ଼ିବାରେ ଲାଗିଲାଣି ସେହି ଭଳି ଲୋକ ମାନଙ୍କ ପାନୀୟ ଜଳ ସଙ୍କଟ ଦିନକୁ ଦିନ ବଢ଼ିବାରେ ଲାଗିଲାଣି । ସାନଖେମୁଣ୍ଡି ବ୍ଲକ ଏରେଣ୍ଡ୍ରା ପଞ୍ଚାୟତ ଅନ୍ତର୍ଗତ କାଳଷଣ୍ଢପୁର ଏବଂ ବିଶ୍ୱନାଥପୁର ଗ୍ରାମରେ ଦୀର୍ଘ ବର୍ଷ ଧରି ପାନୀୟ ଜଳ ସମସ୍ୟା ଲାଗିରହିଛି । ଲୋକମାନଙ୍କ ପାନୀୟ ଜଳ ସମସ୍ୟାକୁ ସୁଧାର ଆଣିବାକୁ ରାଜ୍ୟ ସରକାର ବସୁଧା ଯୋଜନାରେ ଏକ ବୃହତ୍ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରିଛନ୍ତି ହେଲେ ବହୁତ୍ ଦୁଃଖର ବିଷୟ ଦୀର୍ଘ ୮ ମାସରୁ ଉର୍ଦ୍ଧ୍ବ ଦିନ ହେବ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ଗ୍ରାମକୁ ପାଣି ଟୋପେ ମଧ୍ୟ ମିଳିଲା ନାହିଁ । ରାସ୍ତା ସବୁ ଖୋଳି ଘର ଘରକୁ ପାଇପ୍ ଗୋଟିଏ ଲେଖାଏଁ ବାହାର କରି ସୁନ୍ଦର ଭାବରେ ରଖି ଦିଆଯାଇଛି । ଏବେ ଯେଉଁ ଭଳି ଭାବରେ ଭୀଷଣ ତାତି ବଢୁଛି ସବୁ ନଦି , କୂଅଁ ଶୁଖିଗଲାଣି ଏମିତି ରେ ଲୋକ ନା ନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ହେଲେ ସ୍ଥାନୀୟ ପ୍ରଶାସନ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇରହିଛି । ସ୍ଥାନୀୟ ସରପଞ୍ଚ ପ୍ରତିନିଧି ସହଦେବ ପ୍ରଧାନ ପାଣି ସମସ୍ୟା ନେଇ ପ୍ରଶାସନକୁ ଅବଗତ କରାଇଥିଲେ ସୁଦ୍ଧା କୌଣସି ସୁଫଳ ମିଳୁନାହିଁ । ରାଜ୍ୟ ସରକାରଙ୍କ ବସୁଧା ଯୋଜନା ଖାଲି ଯୋଜନାରେ ହିଁ ରହିଗଲା ଏହା କେବେ କାର୍ଯ୍ୟକାରୀ ହେବ ତାହା ଏବେ ବଡ ପ୍ରଶ୍ନ । ଯୋଜନା ମାଳ ମାଳ କାର୍ଯ୍ୟକାରୀ ଶୂନ । ଗ୍ରାମର କୃଷ୍ଣଚନ୍ଦ୍ର ହୋତା,ଲମ୍ବୋଦର ହୋତା, ହୃଷୀକେଶ ହୋତା,ଜଗନ୍ନାଥ ବରାଡ, ନିରଞ୍ଜନ ଗୌଡ,ହରିହର ବାରାଡ ପ୍ରମୁଖ ଦାବି କରିଛନ୍ତି ଅତି ଶୀଘ୍ର ପାଣିର ସମସ୍ୟା ଦୁର ନ ହେଲେ ଆଗାମୀ ଦିନରେ ଗ୍ରାମ ବାସି ଆନ୍ଦୋଳନକୁ ଓହ୍ଲାଇବୁ ବୋଲି ଚେତାବନୀ ଦେଇଛନ୍ତି ।
(ରିପୋର୍ଟ- ଆରତ କୁମାର ହୋତା ।)