ରାଜସ୍ୱ ନିରୀକ୍ଷକ ବଦଳି ନ କରିବାକୁ ଦାବି ପତ୍ର ।

0 456

ଶେରଗଡ,୦୮/୦୪(ପିପିଟି); ଶେରଗଡ଼ ତହସିଲ ଅଧିନସ୍ଥ ନରେନ୍ଦ୍ରପୁର ରାଜସ୍ୱ ନିରୀକ୍ଷକ ବାବୁଲା ଦଳାଇ ଙ୍କୁ ଅନ୍ୟତ୍ର ବଦଳି ନ କରିବା ଦାବି ରେ ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତ ର ପାଞ୍ଚ ଖଣ୍ଡ ଗ୍ରାମ ର ଚାଷୀ ଏକ ଦାବି ପତ୍ର ତହସିଲଦାର ଡଃ ଦୟାସିନ୍ଧୁ ପରିଡାଙ୍କୁ ପ୍ରଦାନ କରିଛନ୍ତି। ରାଜସ୍ୱ ନିରୀକ୍ଷକ ଶ୍ରୀ ଦଳାଇ କୋଭିଡ ଚାଲିଥିବା ସମୟରେ ଚାଷୀ ମାନଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବା କେଉଁ କାମ କିପରି ହେବ ତାହା ସୂଚାର ରୂପର ରେ ଚାଷୀ ମାନଙ୍କୁ ପରାମର୍ଶ ଦେଉଛନ୍ତି। ବିଦ୍ୟାର୍ଥୀଙ୍କ ଜାତିଗତ, ବାସସ୍ଥଳୀ ଓ ଆୟ ସମ୍ବନ୍ଧୀୟ ପ୍ରମାଣ ପତ୍ର ସଙ୍ଗେ ସଙ୍ଗେ କରିବା ସହ କାର୍ଯ୍ୟ ରେ ଅତି ଉତ୍ତମ ଭାବେ କରିବା ଓ ତାଙ୍କର କାର୍ଯ୍ୟ ଶୈଳୀ,ଆଚାର, ବ୍ୟବହାର ଅତ୍ୟନ୍ତ ଉଚ୍ଚ କୋଟିର, କୌଣସି କାର୍ଯ୍ୟରେ ମତ ଭେଦ ନ ରଖି ସମସ୍ତଙ୍କୁ ସମାନ ଦୃଷ୍ଟିରେ ରଖି କାର୍ଯ୍ୟ କରି ଆସୁଛନ୍ତି ବୋଲି ଗ୍ରାମ ବାସୀ କହିଛନ୍ତି।

(ରିପୋର୍ଟ- ଭିକୁ ନାୟକ। )

Leave A Reply

Your email address will not be published.