ପୁଣି ମାତିଲେଣି ଦଲାଲ ।

0 322

ଜଗତସିଂହପୁର,ତା୦୬/୦୪(ପିପିଟି); ଜଗତସିଂହପୁର ବ୍ଲକ ଶିକ୍ଷା କାର୍ଯ୍ୟାଳୟରେ ଦୀର୍ଘଦିନ ଧରି ଦଲାଲଙ୍କ ଉତ୍ପାତ ଶାନ୍ତ ପଡିଥିଲା ବେଳେ ପୁଣି ବର୍ତମାନ ସେମାନଙ୍କ ଉତ୍ପାତ ସାମନାକୁ ଆସିବା ଦେଖାଗଲାଣି । ଘଟଣାରୁ ପ୍ରକାଶ ଯେ ସି.ଆର.ସି.ସି.ମାନଙ୍କୁ ବର୍ଷକୁ ଥରେ ଏଫ.ଟି.ଏ ବା ଟ୍ରାଭେଲ ଆଲାଉନ୍ସ ମିଳେ । ଏହି ଏଫ.ଟି.ଏ ଓ କନଟିଜେନସି ଇତ୍ୟାଦିକୁ ମିଶାଇ ସି.ଆର.ସି.ସି ପିଛା ପ୍ରାୟ ୨୭ ହଜାର ଟଙ୍କା ମିଳିଥାଏ କିନ୍ତୁ ସର୍ବଶିକ୍ଷା କାର୍ଯ୍ୟଳୟରୁ ଏହି ଟଙ୍କା ସି.ଆର.ସି.ସି.ମାନଙ୍କୁ ତୁରନ୍ତ କରେଇଦେବା ପାଇଁ ଜଗତସିଂହପୁର ମୁନ୍ସୀପାଲିଟିର ଦୁଇଜଣ ସି.ଆର.ସି.ସି ଯଥା ସ୍ୱାଇବାବୁ ଓ ପରିଡାବାବୁ ବୁଲିବୁଲି ସି.ଆର.ସି.ସି.ମାନଙ୍କଠାରୁ ପାଞ୍ଚଶହ ଟଙ୍କା ଲେଖାଏ ଆଦାୟ କରୁଛନ୍ତି । ଯଦି ଏଫ.ଟି.ଏ ପାଇଁ ପାଞ୍ଚଶହ ଲେଖାଏ ଆଦାୟ କରୁଛନ୍ତି ତେବେ କନଟିଜେଏନସି ଓ ଅନ୍ୟାନ୍ୟ ବାବଦକୁ କେତେପୁଣି ଆଦାୟ କରାଯିବ ବୋଲି ପ୍ରଶ୍ନ ଉଠୁଛି । ସର୍ବଶିକ୍ଷା କାର୍ଯ୍ୟଳୟରେ ଦଲାଲି କରୁଥିବା ଏହି ଦୁଇଜଣ ସି.ଆର.ସି.ସି ପ୍ରକୃତରେ ନିଜ ପାଇଁ କିମ୍ବା ଅନ୍ୟ କାହାପାଇଁ ଏହି ଅର୍ଥ ଆଦାୟ କରୁଛନ୍ତି ତାହା ତଦନ୍ତ ସାପେକ୍ଷ ନଚେତ ଏହି କାର୍ଯ୍ୟାଳୟ ବାରମ୍ବାର ଏଭଳି ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କ ଯୋଗୁ ବିବାଦ ଘେରକୁ ଆସୁଛି ।

(ରିପୋର୍ଟ- ପ୍ରତାପ କୁମାର ସିଂହ। )

Leave A Reply

Your email address will not be published.