କାଠ ଗଣ୍ଡି ଓ ଟାଙ୍ଗିଆ ଜବତ,୨ଗିରଫ ।

0 346

ଭଞ୍ଜନଗର,୦୬/୦୪(ପିପିଟି);ଉତ୍ତର ଘୁମୁସର ବନଖଣ୍ଡ କଳିଆମ୍ବା ସଂରକ୍ଷିତ ଜଙ୍ଗଲ ଭାଗ ନଂ-୫ରେ ସୋମବାର ରାତି ପ୍ରାୟ ସାଢ଼େ ନଅଟା ସମୟରେ ୨ଜଣ ବ୍ୟକ୍ତି ସାଗୁଆନ ଗଛ କାଟି ଫେରୁଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ସେଣ୍ଟ୍ରାଲ ରେଞ୍ଜର କୁମର ବେହେରାଙ୍କ ନିର୍ଦ୍ଦେଶ କ୍ରମେ ବନ ପାଳ ଶରତ ଚନ୍ଦ୍ର ମହାନ୍ତି, ଗାର୍ଡ ରଶ୍ମିତା ସେଠି ଓ ସ୍କ୍ୱାର୍ଡ ସେଠାରେ ଚଢ଼ାଉ କରି ଉଭୟଙ୍କୁ ଗିରଫ କରିବା ସହ ୨ଟି କାଠ ଗଣ୍ଡି ଓ ଗୋଟିଏ ଟାଙ୍ଗିଆ ଜବତ କରିଛନ୍ତି। ଅଭିଯୁକ୍ତ ମାନେ ହେଲେ ସୋମନାଥ ପଲ୍ଲୀ ଗ୍ରାମର ରବି ନାୟକ ଓ ଶଙ୍କର ବେହେରା। ସେମାନେ ଘରୋଇ ବ୍ୟବହାର ନିମନ୍ତେ କାଠ କାଟିଥିବା କହିଛନ୍ତି।ମଙ୍ଗଳବାର ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.