ଉତ୍କଳ ସାହିତ୍ଯ ସଂସଦ ଆନୁକୂଲ୍ଯରେ ଉତ୍କଳ ଦିବସ ପାଳିତ ।

0 167

ମାଲକାନଗିରି,ତା:୦୧/୦୪(ପିପିଟି);ଉତ୍କଳ ସାହିତ୍ଯ ସଂସଦ,ମାଲକାନଗିରି ଆନୁକୂଲ୍ଯରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ୮୬ତମ ଉତ୍କଳ ଦିବସ ପାଳିତ । ଏହି ଉତ୍ସବରେ ମୁଖ୍ଯ ଅତିଥି ଭାବେ ପୂର୍ବତ୍ତନ ଉପ-ଜିଲ୍ଲାପାଳ ରଥିକୃଷ୍ଣ ପାତ୍ର,ମୁଖ୍ଯ ବକ୍ତା ଭାବେ ଟିଟିଲା ଗଡ ସ୍ବୟଂସହାୟକ ମହାବିଦ୍ଯାଳୟର ଇଂରାଜୀ ଅଧ୍ଯାପକ ଜୟଦେବ କର,ସମ୍ମାନିତ ଅତିଥି ଭାବେ ଉପ-ଜିଲ୍ଲାପାଳ ରାମେଶ୍ବର ପ୍ରଧାନ, ମାଲକାନଗିରି ତହସିଲଦାର ଡଃ ଗୁଣନିଧି ନାୟକ,ମାଲକାନଗିରି ସରକାରୀ କନିଷ୍ଠ ବିଦ୍ଯାଳୟର ଓଡିଆ ଅଧ୍ଯାପକ କ୍ଷୀରୋଦ ଚନ୍ଦ୍ର ନାୟକ ମଞ୍ଚାସୀନ ଥିବା ବେଳେ ଉତ୍କଳ ସାହିତ୍ଯ ସଂସଦର ସଭାପତି କେଶବ ଚନ୍ଦ୍ର ନାୟକ ପୌରହିତ୍ଯ କରିଥିଲେ । ଏହି ପରିପ୍ରକ୍ଷୀରେ ୬ ଜଣ କବି ଏବଂ କବୟିତ୍ରୀମାନଙ୍କୁ ସେମାନଙ୍କ ସାହିତ୍ଯକୃତ୍ତି ପାଇଁ ମାନପତ୍ର ଏବଂ ଉପଢୌକନି ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା ।ସେମାନେ ହେଲେ ମାଲକାନଗିରି ଉପ-ଜିଲ୍ଲାପାଳ ରାମେଶ୍ବର ପ୍ରଧାନ, ମାଲ୍ଯବନ୍ତଶ୍ରୀର ସଂପାଦକ ମନୋଜ ସାହୁ,ଅଧ୍ଯାପକ ଜୟଦେବ କର,ଶିକ୍ଷକ କରୁଣାକର ମଲ୍ଲ୍କିକ,ଶିକ୍ଷୟିତ୍ରୀ ଆଭାରାଣୀ ବିଶ୍ବାଳ ଏବଂ ଦୁର୍ଯ୍ଯୋଧନ ମହାରଣା ପ୍ରମୁଖ ଉତ୍କଳ ଦିବସର ତାପ୍ତର୍ଯ୍ଯ ସଂପର୍କରେ ଅତିଥିମାନେ ମତବ୍ଯକ୍ତ କରିଥିବା ବେଳେ ମାଲକାନଗିରି ସୀମାନ୍ତ ଅଞ୍ଚଳ ଗ୍ରାମଗୁଡିକ କିପରି ଅନ୍ଯାନ୍ଯ ରାଜ୍ଯର ଦଖଲ ରହିଛି ମତପ୍ରକାଶ ପାଇଥିଲା । ସୀମାନ୍ତ ଗ୍ରାମଗୁଡିକରେ ଓଡିଆ ଭାଷା ବିପର୍ଯ୍ଯୟ ପରିସ୍ଥିତି ଦେଇ ଗତି କରୁଛି,ଏଥି ପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟିଦେବାକୁ ଉତ୍କଳ ସାହିତ୍ଯ ସଂସଦ ସଭାପତି ଶ୍ରୀ ନାୟକ ମତବ୍ଯକ୍ତ କରିଥିଲେ । ଅନ୍ଯମାନଙ୍କ ମଧ୍ଯ ଅବସରପ୍ରାପ୍ତ ଅଧ୍ଯାପକ ସରୋଜ ଦାସ ଉତ୍କଳ ଦିବସ ଉପରେ ମତ ବିନ୍ଯାସ କରିଥିଲେ । ଶେଷରେ ଶିକ୍ଷକ ଅନନ୍ତ କିଶୋର ନନ୍ଦ ଧନ୍ଯବାଦ ଅର୍ପଣ କରିଥିଲେ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)

Leave A Reply

Your email address will not be published.