ବାଇକ ଦୁର୍ଘଟଣାରେ ଜ୍ୱାଇଁ ମୃତ, ଶାଳକ ଗୁରୁତର ।

0 941

ଭଞ୍ଜନଗର,୨୮/୦୩(ପିପିଟି);ଭଞ୍ଜନଗର ଥାନା ଅନ୍ତର୍ଗତ ଗୁଜୁରାଳି ନିକଟରେ ବାଇକ ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଏକ ଗଛକୁ ଧକ୍କା ଦେବା ଫଳରେ ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇ ବ୍ରହ୍ମପୁର ମେଡ଼ିକାଲ ସ୍ଥାନାନ୍ତର ହୋଇଥିବା ଜଣାପଡିଛି।ଗାଲେରୀ ଗ୍ରାମର କାଳିଆ ନାୟକ(୨୮) ଶ୍ୱଶୁର ଘର ତୁରୁମୁ ଗ୍ରାମକୁ ଆସି ଶଳା ସାଇବ ନାୟକ(୨୨)କୁ ନେଇ ବାଇକ ରେ ଭଞ୍ଜନଗର ଆସୁଥିବା ବେଳେ ଗୁଜୁରାଳି ବ୍ରିଜ ନିକଟରେ ଦୁର୍ଘଟଣା ଘଟିଥିଲା।ସ୍ଥାନୀୟ ଲୋକମାନେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧର କରି ଭଞ୍ଜନଗର ମେଡ଼ିକାଲ ଆଣିଥିଲେ।ଏଠାରେ ଡାକ୍ତର କାଳିଆକୁ ମୃତ ଘୋଷଣା କରିଥିଲେ।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.