ବୋଲଗଡ଼,୨୬/୦୩(ପିପିଟି); ସାରା ଭାରତରେ ସଂଯୁକ୍ତ କିଷାନ ମୋର୍ଚ୍ଚା ଆହ୍ୱାନରେ ୧୨ଘଣ୍ଟିଆ ଭାରତ ବନ୍ଦ ଡାକରା ଦେଇଥିବା ବେଳେ ଏହାର ପ୍ରଭାବ ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକରେ ଦେଖିବାକୁ ମିଳିଛି। ନବନିର୍ମାଣ କୃଷକ ସଙ୍ଘଠନ ଆହ୍ୱାନରେ ବୋଲଗଡ ତହସିଲ ଛକ ଠାରେ ଜିଲ୍ଲା ସଂଯୋଜକ ସୁରେଶ ଚନ୍ଦ୍ର ମାନସିଂହଙ୍କ ନେତୃତ୍ୱରେ ଖୋର୍ଦ୍ଧା -ବଲାଙ୍ଗୀର ୫୭ନମ୍ବର ଜାତୀୟ ରାଜପଥ କୁ ଅବରୋଧ କରି ପତିବାଦ କରିଥିଲେ। କେନ୍ଦ୍ରସରକାର ଆଣିଥିବା ୩ଟି କୃଷି ବିଲକୁ ସଂଯୁକ୍ତ କିଷାନ ମୋର୍ଚ୍ଚା ଦୃଢ ବିରୋଧ କରି ପ୍ରତ୍ୟାହାର ଦାବି ରେ ଆଜି ସାରା ଭାରତ ବର୍ଷ ୧୨ଘଣ୍ଟିଆ ବନ୍ଦ ପାଳନ କରୁଥିବା ବେଳେ ବୋଲଗଡ ଅଂଚଳରେ ଏହାର ପ୍ରଭାବ ଦେଖା ଯାଇଥିଲା। ଏ ଥିରେ ସମସ୍ତ କୃଷକ ସଙ୍ଘଠନଚାଷୀ ମାନଙ୍କ ସମେତ ବ୍ଲକର ସଂଯୋଜକ ଜୟନ୍ତ କୁମାର ତ୍ରିପାଠୀ, ସୋମନାଥ ମହାରଣା, ସୁଶାନ୍ତ କୁମାର ବେହେରା, ଆଦି ସାମିଲ ଥିଲା ବେଳେ କୌଣସି ଦଳର ସମର୍ଥନ ଥିବା ଦେଖିବାକୁ ମିଳିନଥିଲା।
ରିପୋର୍ଟ -(ସୁଶାନ୍ତ କୁମାର ପ୍ରଧାନ।)