ଜଗନ୍ନାଥପ୍ରସାଦ,୨୬/୦୩(ପିପିଟି); ସଂଯୁକ୍ତ କୃଷକ ମୋର୍ଚ୍ଚା ର ମାର୍ଚ୍ଚ ୨୬ ଭାରତ ବନ୍ଦକୁ ସଫଳ କରିବା ପାଇଁ ଆଦିବାସୀ ଭାରତ ମହାସଭା ଏବଂ କ୍ରାନ୍ତିକାରୀ କୃଷକ ସଭା ପକ୍ଷରୁ ମିଳିତ ଭାବେ ଜଗନ୍ନାଥପ୍ରସାଦ ବ୍ଳକ ଛକରୁ ଶୋଭାଯାତ୍ରା ଓ ପିକେଟିଂ ବାହାରି ଜଗନ୍ନାଥପ୍ରସାଦ ବସଷ୍ଟାଣ୍ଡ ମୂଖ୍ୟ ରାସ୍ତାରେ ଭାରତ ବନ୍ଦ ର ସଭା ଆୟୋଜନ କରିଥିଲେ । କେନ୍ଦ୍ର ସରକାରଙ୍କ କୃଷକ ବିରୋଧୀ ୩ଟି କଳା ଆଇନର ପ୍ରତ୍ୟାହାର, ସମସ୍ତ ଫସଲର ସର୍ବନିମ୍ନ ସହାୟକ ଦରକୁ ଆଇନଗତ ମାନ୍ୟତା, ହାତରେ ଥିବା ସମସ୍ତ ଚାଷୀର ଧାନକୁ ଏମ ଏସ ପିରେ ତୁରନ୍ତ କ୍ରୟ କରିବା, ପେଟ୍ରୋଲ, ଡିଜେଲ ଓରନ୍ଧନ ଗ୍ୟାସ ଓ ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦରବୃଦ୍ଧିର ପ୍ରତ୍ୟାହାର, ଭାଗଚାଷୀଙ୍କୁ ମାନ୍ୟତା, ଭାଗଚାଷୀ ଓ କୃଷିଶ୍ରମିକଙ୍କ ସାମାଜିକ ସୁରକ୍ଷା, ଭୂମିହୀନଙ୍କ ପାଇଁ ଭୁମିର ଅଧିକାର, ରାଷ୍ଟ୍ରାୟତ ଘରୋଇକରଣ ନୀତିର ପ୍ରତିବାଦ ଏବଂ ସମସ୍ତଙ୍କୁ ରୋଜଗାର, ଶିକ୍ଷା, ସ୍ବାସ୍ଥ୍ୟସେବା, ଜଙ୍ଗଲ ଅଧିକାର ୨୦୦୬ ଆଇନ ଅନୁଯାୟୀ ଆଦିବାସୀ ଓ ବନବାସୀ ଙ୍କୁ ଅଧିକାର, ସମମ୍ତ ଲଘୁ ବନଜାତ ଦ୍ରବ୍ୟର ଏମ୍ ଏସପି ଦର ଧାର୍ଯ୍ୟ କରିବା ଆଦି ନାରା ଦେଊଥିଲେ । ୨୬ ମାର୍ଚ୍ଚ ଭାରତ ବନ୍ଦକୁ ସଫଳ କରିବା ପାଇଁ ଆଦିବାସୀ ଭାରତ ମହାସଭାର ଜିଲ୍ଲା ସଭାପତି ପୂର୍ଣ୍ଣଚନ୍ଦ୍ର ପ୍ରଧାନ, କ୍ରାନ୍ତିକାରୀ କୃଷକ ସଭାର ଜିଲ୍ଲା ସମ୍ପାଦକ ଟୁନା ମଲ୍ଲିକ, ଚାଷି ମୂଲିଆ ସଂଘର ଜିଲ୍ଲା ନେତା ନିରାକାର ନାୟକ, ନାରୀ ନେତ୍ରୀ ସନ୍ଧ୍ୟା ପ୍ରଧାନ ଓ ଆଦିବାସୀ ଭାରତ ମହାସଭାର ଲଢୁଆ ନେତା କାର୍ତ୍ତିକ ପ୍ରଧାନ ଆଦିଙ୍କ ନେତୃତ୍ୱରେ ରାମ ପ୍ରଧାନ, ଜୟନ୍ତୀ ପ୍ରଧାନ, କମାସନ ପ୍ରଧାନ, ସୁଦାମ ଜାନି, ଧ୍ରୁବ ମଲ୍ଲିକ, କେଳା ପ୍ରଧାନ, ହିଙ୍ଗୁଳା ଜାନି, କୃଷ୍ଣ ପ୍ରଧାନ, ଖଦାଳ ଦଳବେହେରା ଆଦି ସାମିଲ ହୋଇଥିଲେ ।