ଭଞ୍ଜନଗର,୨୫/୦୩(ପିପିଟି); ଭଞ୍ଜନଗର ଅବକାରୀ ବିଭାଗ ତରଫରୁ ଗୁରୁବାର ଭୋର ସମୟରେ ଦୁର୍ଗା ପ୍ରସାଦ ଜଙ୍ଗଲରେ ପେଟ୍ରୋଲିଂ କରୁଥିବା ସମୟରେ ଏକ ସ୍କୁଟିକୁ ସନ୍ଦେହରେ ଅଟକାଇଥିଲେ।ହେଲେ ଅବକାରୀ ବିଭାଗ ଗାଡିକୁ ଦେଖି ଅନ୍ଧାରର ସୁଯୋଗ ନେଇ ଅସମୀ ଗାଡ଼ି ଓ ଗୋଟିଏ ବ୍ୟାଗ ଛାଡ଼ି ଖସି ଯିବାରେ ସକ୍ଷମ ହୋଇଛି। ଉକ୍ତ ବ୍ୟାଗ ତଲାସୀ ନେବାରେ ସେଥିରୁ ୩୨.୦୨୫ କେଜି ଗଞ୍ଜେଇ ଜବତ ହୋଇଛି । ଅବକାରୀ ବିଭାଗ ତରଫରୁ ସେ ଅଞ୍ଚଳରେ ସର୍ଚ୍ଚ ଅପେରସନ କରାଯାଇଥିଲେ ମଧ୍ୟ ଆସାମୀକୁ ଧରିବାକୁ ବିଫଳ ହେଇଛି । ସ୍କୁଟିର ନଂ କୁ ଆଧାର କରି ଅବକାରୀ ବିଭାଗ ଅନୁସନ୍ଧାନ ଜାରି ରଖିଛି । ଖୁବ ଶୀଘ୍ର ଆସାମୀଙ୍କୁ ଧରାଯିବ ବୋଲି ଭଞ୍ଜନଗର ଅବକାରୀ ଥାନା ଉପନିରୀକ୍ଷକ ପାର୍ଥ ସାରଥୀ ରାଉତ କହିଛନ୍ତି । କନ୍ଧମାଳରୁ ଭାୟା ଭଞ୍ଜନଗର ଦେଇ ଭୁବନେଶ୍ୱର ଗଞ୍ଜେଇ ଚୋରା ଚାଲାଣର ମୁଖ୍ୟ କରିଡ଼ର ହେଇଥିବା ବେଳେ ଉଭୟ ଅବକାରୀ ଏବଂ ପୋଲିସ ପାଇଁ ବଡ ଚେଲେଞ୍ଜ ରହିଛି । ଆଗକୁ ଏହି ବିଭାଗ ଚୋରା ଚାଲାଣ ରୋକିବାକୁ କେଉଁ ପନ୍ଥା ଅବଲମ୍ବନ କରୁଛନ୍ତି ଦେଖିବା ବାକି ରହିଲା ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )