ପୁଣି ଆରମ୍ଭ ହେଲା ବିନା ମାସ୍କରେ ବସ ଯାତ୍ରା ମନା ।

0 761

ଭଞ୍ଜନଗର,୨୨/୦୩(ପିପିଟି); ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସେଥିରେ ରୋକ ଲଗାଇବାକୁ ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ବିଶେଷ କରି ଗଞ୍ଜାମ ଜିଲ୍ଲାର ବହୁ ଲୋକ ଦାଦନ ଶ୍ରମିକ ଭାବେ ରାଜ୍ୟ ବାହାରେ କାର୍ଯ୍ୟ କରୁଥିବା ବେଳେ ଆଗକୁ ବିଭିନ୍ନ ପର୍ବ ପର୍ବାଣୀ ଆସୁଥିବାରୁ ପ୍ରବାସୀମାନଙ୍କୁ ନିଜ ଗ୍ରାମକୁ ନ ଫେରିବାକୁ ପରାମର୍ଶ ଦିଆଯାଇଛି।ଏସମ୍ପର୍କରେ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ସୋମବାର ଜିଲ୍ଲା ପ୍ରଶାସନ ର ନିୟମକୁ ନେଇ ସୂଚନା ଦେଇଛନ୍ତି।ଦୋଳ,ମେଲଣ ଓ ହୋଲି ଭଳି ପର୍ବକୁ ସାମୁହିକ ଭାବେ ପାଳନ ନକରି ଘରେହିଁ ସୀମିତ ରଖିବାକୁ କହିଛନ୍ତି।ସେହିପରି ରାଜ୍ୟ ବାହାରୁ ଆସୁଥିବା ଲୋକଙ୍କ ସମ୍ପର୍କରେ ସ୍ଥାନୀୟ ଜନ ପ୍ରତିନିଧି ଓ ସ୍ୱାସ୍ଥ୍ୟ କର୍ମୀଙ୍କୁ ସୂଚନା ଦେବା ସହ ସେମାନଙ୍କର କୋଭିଡ଼ ଟେଷ୍ଟ କରିବା ବାଧ୍ୟତାମୂଳକ ଅଟେ। ସେହିପରି ପରମ୍ପରାକୁ ଦୃଷ୍ଟିରେ ରଖି ଦଣ୍ଡଯାତ୍ରାକୁ ଅନୁମତି ମିଳିଥିଲେ ମଧ୍ୟ ରାତିରେ ଅନୁଷ୍ଠିତ ହେବାକୁ ଥିବା ସାଂସ୍କୃତିକ କାର୍ଯ୍ୟକ୍ରମକୁ ବନ୍ଦ କରାଯାଇଛି।ଏଥିସହ ମାସ୍କ ଓ ସାନିଟାଇଜର ବ୍ୟବହାର ପାଇଁ ନିର୍ଦ୍ଦେଶ ରହିଛି। ତେଣୁ ଭଞ୍ଜନଗର ଉପାଖଣ୍ଡର ସମସ୍ତ ଜନସାଧାରଣ କୋଭିଡ଼ କଟକଣାକୁ ପାଳନ କରିବା ସହ ବସ ଯାତ୍ରୀ ମାନେ ମାସ୍କ ନପିନ୍ଧିଲେ ଯାତ୍ରା ମନା କରିବାକୁ ବସ ମାଲିକ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆଜିର ବୈଠକରେ ଆଞ୍ଚଳିକ ପରିବହନ ଅଧିକାରୀ ଶୁଭେନ୍ଦୁ ରଞ୍ଜନ ରାୟ, ବିଶିଷ୍ଟ ସମାଜ ସେବୀ ସୁଲପାଣି ଶତପଥି, ଏସ ଆଇ ସମୀର କୁମାର ବେହେରା, ବିପ୍ର ବାରିକ ,ତୁକୁନା ପଟନାୟକ ଓ ଅନ୍ୟ ମାନେ ଉପସ୍ଥିତ ଥିଲେ ।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.