କନ୍ଧମାଳ ଜିଲ୍ଲାର ଶ୍ରେଷ୍ଠ ବନପାଳ ଭାବେ ପୁରସ୍କୃତ ।

0 304

ବାଲିଗୁଡା,୨୧/୦୩(ପିପିଟି): ଭୁବନେଶ୍ୱର ଜୟଦେବ ବାଟିକା ପରିସର ମଧ୍ୟରେ ବିଶ୍ଵ ବନ ଦିବସ-୨୦୨୧ ପାଳନ ହୋଇଯାଇଛି । ଏହି ଉତ୍ସବ ରେ ମୂଖ୍ୟ ଅତିଥି ଭାବେ ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଅତିରିକ୍ତ ମୂଖ୍ୟ ଶାସନ ସଚିବ ମୋନା ଶର୍ମା,ବନ ବିଭାଗ ମୁଖ୍ୟ ଶିଶିର କୁମାର ରଥ ପ୍ରମୁଖ ଯୋଗଦେଇ କନ୍ଧମାଳ ଜିଲ୍ଲା ବାଲିଗୁଡା ବନ ବିଭାଗର ବନପାଳ ପ୍ରଭାତ କୁମାର ଦୋରାଙ୍କୁ କନ୍ଧମାଳ ଜିଲ୍ଲାର ଶ୍ରେଷ୍ଠ ବନପାଳ ଭାବେ ଉପ ଢୌକନ ସହ ମାନପତ୍ର ଦେଇ ପୁରସ୍କୃତ କରି ଥିଲେ । ପ୍ରକାଶ ଯେ, କନ୍ଧମାଳ ଜିଲ୍ଲା ବାଲିଗୁଡା ବନଖଣ୍ଡର ବନପାଳ ପ୍ରଭାତ କୁମାର ଦୋରା ବାଲିଗୁଡା ବନଖଣ୍ଡରେ ତାଙ୍କର ସଦା ସର୍ବଦା ଜଙ୍ଗଲ ସୁରକ୍ଷା ଉପରେ ପ୍ରଚେଷ୍ଟା ଜାରୀ ରଖିବା,ଉଚ୍ଚ କୋଟୀର କାର୍ଯ୍ୟ, ବୃକ୍ଷ ରୋପଣ, ଜଙ୍ଗଲ ସରଂକ୍ଷଣ, ନୂତନ କୌଶଳ ପ୍ରୟୋଗ ଏବଂ ସ୍ଥାନୀୟ ଜନସାଧାରଣଙ୍କ ସହ ଜଙ୍ଗଲ ସୁରକ୍ଷା ଉପରେ ଆଲୋଚନା ଯୋଗୁଁ ଆଜି ରାଜ୍ୟ ସ୍ତରୀୟ ପୁରସ୍କାର ପାଇ ସମଗ୍ର କନ୍ଧମାଳ ଜିଲ୍ଲା ପାଇଁ ଗର୍ବ ଓ ଗୌରବର ବିଷୟ ପାଲଟିଛନ୍ତି । ଏ ନେଇ ତାଙ୍କୁ ସବୁ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।
(ରିପୋର୍ଟ- ସୁଶାନ୍ତ କୁମାର ପାଣିଗ୍ରାହୀ ।)

Leave A Reply

Your email address will not be published.