ବେଲଗୁଣ୍ଠା,୨୦/୩୦(ପିପିଟି); ଲଘୁ ଖଣିଜ ଏବଂ ଚୋରା ବାଲି ଚାଲାଣକାରୀଙ୍କ ବିରୁଦ୍ଧରେ ପୋଲିସ୍ ଏବଂ ପ୍ରଶାସନ କଡ଼ା କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁଥିଲେ ମଧ୍ଯ କିଛି ଚୋରା ଚାଲାଣକାରୀ ସୁଧୁରିବାର ଧରୁ ନାହାନ୍ତି । ଏହିପରି ତିନି ଜଣ ବାଲି ଚୋରା ଚାଲାଣକାରୀ ମାଫିଆ ଟ୍ରାକ୍ଟର୍ ସହିତ ବେଲଗୁଣ୍ଠା ପୋଲିସ୍ କବଳରେ ପଡି ଆଜି କୋର୍ଟଚାଲାଣ ହୋଇଛନ୍ତି । ସୂଚନା ପ୍ରକାରେ ଶୁକ୍ରବାର ଅପରାହ୍ଣ ସମୟରେ ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ଧନିଜାପଲ୍ଲୀ ଘାଟରୁ ବାଲି ଚୋରା ଚାଲାଣ ହେଉଥିବା ଖବର ପାଇ ବେଲଗୁଣ୍ଠା ଥାନା ସବ୍ଇନ୍ସପେକ୍ଟର ପ୍ରକାଶ କୁମାର ସାହୁ ନିଜ ଟିମ୍ ସହ ଚଢ଼ାଉ କରି ବେଲଗୁଣ୍ଠା ଓ ଧନିଜାପଲ୍ଲୀ ମଝିରେ ଥିବା ବନ୍ଧ ନିକଟରେ ଦୁଇଟି ଚୋରା ବାଲି ଟ୍ରାକ୍ଟର୍ କୁ ଜବତ କରିବା ସହ ତିନିଜଣ ବାଲି ମାଫିଆଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛନ୍ତି । ଘଟଣା ନେଇ ବେଲଗୁଣ୍ଠା ଥାନାରେ ଆଜି କେଶ୍ ନମ୍ବର୍ ୫୦/୨୧ ଏବଂ ୫୧/୨୧ ରେ ଦୁଇଟି ମାମଲା ରୁଜୁ ହେବା ସହ ବାଲି ମାଫିଆ ଧନିଜାପଲ୍ଲୀର ମନୋଜ ବାରିକ, ଇଙ୍ଗିନାଠିର ପପୁ ବିଶ୍ୱାଳ ଏବଂ ବାଣତୂମ୍ବର ସରୋଜ ନାଇକକୁ କୋର୍ଟଚାଲାଣ କରାଯାଇଥିବା ଏସ୍ଆଇ ଶ୍ରୀ ସାହୁ ପ୍ରକାଶ କରିଛନ୍ତି ।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )