ମୋ କଲେଜ୍ ଅଭିଯାନର ପ୍ରସ୍ତୁତି ବୈଠକ ।

0 327

ବେଲଗୁଣ୍ଠା,୨୦/୦୩(ପିପିଟି),ଆଜି ବେଲଗୁଣ୍ଠା ସ୍ନାତକ ମହାବିଦ୍ୟାଳୟ ପରିସରରେ ମୋ କଲେଜ୍ ଅଭିଯାନର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟ ଅଧ୍ୟକ୍ଷ ଅଜିତ୍ କୁମାର ପଟ୍ଟନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ବୈଠକରେ ଅଧ୍ୟାପକ ଡଃ.ଗୁରୁମୂର୍ତ୍ତୀ ନାୟକ,ଅଧ୍ୟାପକ ସନ୍ତୋଷ କୁମାର ପାଣିଗ୍ରାହୀ, ଅଧ୍ୟାପକ ଅଶୋକ କୁମାର ସ୍ୱାଇଁ,ଅଧ୍ୟାପକ ଅଜୟ କୁମାର ବିଶ୍ୱାଳ, ଅଧ୍ୟାପକ ସପନ କୁମାର ପ୍ରଧାନ, ଅଧ୍ୟାପକ ଡଃ.ପ୍ରଫୁଲ୍ଲ କୁମାର ଜେନା, ଅଧ୍ୟାପକ ରଞ୍ଜିତ୍ କୁମାର ସାମଲ, ଅଧ୍ୟାପିକା ପିଙ୍କି ପାତ୍ର ଏବଂ ଅନ୍ୟାନ୍ୟ କର୍ମଚାରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମର ସଫଳ ରୂପାୟନ ଦିଗରେ ଆଲୋଚନା କରିଥିଲେ । ମହାବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ବିଷୟରେ ଆଲୋଚନା କରିବା ପାଇଁ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ,ଜନ ପ୍ରତିନିଧି, ପୁରାତନ ଛାତ୍ର ଛାତ୍ରୀ, ଶିକ୍ଷାବିତ୍,ସମାଜସେବୀ, ଗଣ ମାଧ୍ୟମ ପ୍ରତିନିଧି ଏବଂ ବହୁ ମାନ୍ୟଗଣ୍ୟ ବ୍ଯକ୍ତିଙ୍କୁ ଏହି କାର୍ଯ୍ୟକ୍ରମକୁ ନିମନ୍ତ୍ରଣ କରାଯାଇଛି । ପ୍ରକାଶ ଥାଉକି ଏହି କାର୍ଯ୍ୟକ୍ରମ ଆସନ୍ତା କାଲି ସାରା ରାଜ୍ୟରେ ଅନୁଷ୍ଠିତ ହେବାକୁ ଥିବାବେଳେ ଏହାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି ।

(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Leave A Reply

Your email address will not be published.