ଘୁମୁସର ବ୍ରାହ୍ମଣ ପୁରୋହିତ ମହାସଂଘ ତରଫରୁ ବିଶ୍ୱଶାନ୍ତି ମହାଯଜ୍ଞ ।

0 192

ଭଞ୍ଜନଗର,୧୯/୦୩,ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଳକ୍ ଅନ୍ତର୍ଗତ ନୂଆଁ ଗୋଛାବାଡ଼ି ଧବଳେଶ୍ଵର ମହାଦେବ ପୀଠରେ ଘୁମୁସର ବ୍ରାହ୍ମଣ ପୁରୋହିତ ସମିତି ତରଫରୁ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଦିନକୁ ଦିନ ସାରା ବିଶ୍ଵରେ ଅଶାନ୍ତ ବାତାବରଣ ବୃଦ୍ଧି ପାଉଥିବା ବେଳେ ବିଶ୍ଵରେ ଶାନ୍ତି ପ୍ରତିଷ୍ଠା କରିବା ଉଦ୍ଦେଶ୍ୟରେ ଏହି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି I ସମିତି ଅଧ୍ୟକ୍ଷ କାଳୁ ଚରଣ ଶତପଥିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭାବଗ୍ରାହୀ କର ଯୋଗ ଦେଇଥିବା ବେଳେ କେଦାରନାଥ ତ୍ରିପାଠୀ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ମୁଖ୍ୟବକ୍ତା ଭାବେ ବ୍ରଜକିଶୋର ତ୍ରିପାଠୀ ଯୋଗ ଦେଇ ସାମ୍ପ୍ରତିକ ପରିସ୍ଥିତିରେ ବିଶ୍ୱଶାନ୍ତି ମହାଯଜ୍ଞର ତାତ୍ପର୍ଯ୍ୟ ବର୍ଣ୍ଣନା କରିଥିଲେ । ସେହିପରି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ କୃଷ୍ଣ ଚନ୍ଦ୍ର ରଥ, କାଳୁ ଚରଣ ତ୍ରିପାଠୀ ଏବଂ ମାର୍ଗଦର୍ଶକ ଭାବେ ଲକ୍ଷ୍ମୀକାନ୍ତ ମିଶ୍ର ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଘୁମୁସର ଅଞ୍ଚଳର ୬୦୦ ରୁ ଉର୍ଦ୍ଧ୍ବ ବ୍ରାହ୍ମଣ ଯୋଗ ଦେଇଥିଲେ । ଏହି ମହାଯଜ୍ଞ ଅବସରରେ ବେଲଗୁଣ୍ଠା ପ୍ରେସ୍ କ୍ଲବ୍ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ସହସମ୍ପାଦକ ସରୋଜ କୁମାର ଶତପଥୀ ,ଗଣମାଧ୍ୟମ ପ୍ରତିନିଧି ଅକ୍ଷୟ ଶତପଥୀ,ଜୟ କୃଷ୍ଣ ପଟ୍ଟନାୟକ ,ବିଶ୍ଵମ୍ବର ଜେନାଙ୍କ ସମେତ ଦୁଇ ମହିଳା ସାମ୍ବାଦିକା ବର୍ଷାରାଣୀ ସ୍ଵାଇଁ ଏବଂ ବିନ୍ଦୁପ୍ରିୟା ଦାଶଙ୍କୁ ସେମାନଙ୍କ ନିରପେକ୍ଷ ଖବର ପ୍ରସାରଣ ପାଇଁ ଘୁମୁସର ବ୍ରାହ୍ମଣ ସମିତି ପକ୍ଷରୁ ଉପଢ଼ୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଦୁଇ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ବିଶ୍ୱଶାନ୍ତି ମହାଯଜ୍ଞରେ ପରିଚାଳନା କମିଟି ସଭାପତି ଶ୍ରୀ ଶତପଥୀଙ୍କ ସମେତ ଉପସଭାପତି ମନୋଜ ଆଚାର୍ଯ୍ୟ,ସମ୍ପାଦକ ସରୋଜ କୁମାର ଷଡ଼ଙ୍ଗୀ, ସହ ସମ୍ପାଦକ ଜ୍ୟୋତି ପ୍ରକାଶ ମିଶ୍ର, କୋଷାଧ୍ୟକ୍ଷ କୃଷ୍ଣଚନ୍ଦ୍ର ମିଶ୍ର, ଉପଦେଷ୍ଟା ତାରିଣୀ ଚରଣ ତ୍ରିପାଠୀ, ପଞ୍ଚାନନ ଶତପଥୀ,ଯଜ୍ଞ ପରିଚଳକ ପ୍ରଶାନ୍ତ ତ୍ରିପାଠୀ, ଆଞ୍ଚଳିକ ସଭାପତି ବୁଲୁ ମହାପାତ୍ର, ଅଞ୍ଚଳ ସଭାପତି କେଦାରନାଥ ମିଶ୍ର, ଉପେନ୍ଦ୍ର ମିଶ୍ର, ଦୁର୍ଗା ମାଧବ ପତି, ରାମ ଚନ୍ଦ୍ର ମିଶ୍ର, ବିଶ୍ଵନାଥ ଖାଡେଙ୍ଗା , ରବିନ୍ଦ୍ର କୁମାର ପତିଙ୍କ ସମେତ ପ୍ରଶାନ୍ତ ରଞ୍ଜନ ରଥ, ଖଦାଳ ମହାପାତ୍ର, ଦେବୀ ପ୍ରସାଦ ରଥ, ରବିନ୍ଦ୍ର କର, ପ୍ରମୋଦ ରଥ, ବିଷ୍ଣୁ ପ୍ରସାଦ ରଥ, ଶୁଭ୍ରମଣି ମିଶ୍ର, ରଶ୍ମି ରଞ୍ଜନ ଷଡ଼ଙ୍ଗୀ, ଅମୂଲ୍ୟ ମିଶ୍ର, ଅନୀଲ ଶତପଥି, ଗୋକୁଳାନନ୍ଦ ତ୍ରିପାଠୀ, ସୁନୀଲ କୁମାର ଷଡ଼ଙ୍ଗୀ, ରାକେଶ କର, ସଂଗ୍ରାମ ନନ୍ଦ ଏବଂ ସଞ୍ଜୟ ତ୍ରିପାଠୀ ପ୍ରମୁଖ ସହଯୋଗ କରିଥିଲେ ।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.