କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ମାରଦା ମନ୍ଦିର ପରିଦର୍ଶନ; ମନ୍ଦିରର ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି ।

0 413

ପୋଲସରା,୧୯/୦୩(ପିପିଟି); ଆଜି ଅପରାହ୍ନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଞ୍ଜାମ ଜିଲ୍ଲା ପୋଲସରା ନିକଟ ଶରଣ ଶ୍ରୀକ୍ଷେତ୍ରରୂପେ ବିଖ୍ୟାତ ମାରଦା ମନ୍ଦିର ପରିଦର୍ଶନ କରିଯାଇଛନ୍ତି ।ମନ୍ଦିରର କାରୁକାର୍ଯ୍ୟ ନିର୍ମାଣ ଶୈଳି ଦେଖିବାସହ ମନ୍ଦିର ଗର୍ଭ ଗୃହ ଭିତରେ ସ୍ଥିତ ପ୍ରଭୁ ଶ୍ରୀ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ବସିବାସ୍ଥାନ ପିଣ୍ଡିଗୁଡିକର ଦର୍ଶନ କରିଥିଲେ ।ଏହି ସମୟରେ ଉପସ୍ଥିତ ମନ୍ଦିର ପୂଜକ ଏବଂ ନିକଟସ୍ଥ ମଥୁରା ଗ୍ରାମ ମଠମହନ୍ତ ସୁନ୍ଦରରାମ ଦାସଜୀଙ୍କ ଠାରୁ ମନ୍ଦିରର ଐତିହ୍ୟ ଏବଂ କିମ୍ବଦନ୍ତୀ ଉପରେ ପଚାରିବୁଝିଥିଲେ । ଏଥି ସହ ମନ୍ଦିରର ବିକାଶ ଏବଂ ଉନ୍ନତିକୁ ନେଇ ବହୁଶୀଘ୍ର କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ବିଭାଗମନ୍ତ୍ରୀଙ୍କ ନିକଟରେ ଦୃଷ୍ଟି ଆକର୍ଷଣ କରିବାପାଇଁ ପ୍ରତିଶୃତି ଦେଇଥିଲେ ।ଏହି ସମୟରେ ନିକଟରେ ରାଜ୍ୟବିଜେପି ଉପସଭାନେତ୍ରୀ ଅନୀତା ଶୁଭଦର୍ଶିନୀ , ଭୃଗୁବକ୍ସି ପାତ୍ର,ଘୁମୁସରଜିଲ୍ଲା ସଭାପତି ଗୋକୁଳl ନନ୍ଦ ମଲ୍ଲିକ, ଯୁବମୋର୍ଚା ସଭାପତି ପ୍ରମୋଦ କୁମାର ପଣ୍ଡା ଓ ଉପସଭାପତି ପ୍ରଭାକର ପଣ୍ଡା, ଜିଲ୍ଲା ମହିଳାମୋର୍ଚ୍ଚ ସଭାନେତ୍ରୀ ମଧୁସ୍ମିତା ପୋଲେଇଙ୍କ ସମେତ ଘୁମୁସରଜିଲ୍ଲାର ସମସ୍ତ ବିଜେପି ବିଧାୟକ ପ୍ରାଥି ଓ ବିଧାୟିକା ପ୍ରାଥିନୀ ମାନେ ଏବଂ ବହୁ ଦଳୀୟ ସମର୍ଥକମାନେ ଉପସ୍ଥିତଥିଲେ । (ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା ।)

Leave A Reply

Your email address will not be published.