୨୫କେଜି ବାରହା ମାଂସ ଜବତ; ଜଣେ ଗିରଫ ।

0 493

ଭଞ୍ଜନଗର,୧୭/୦୩(ପିପିଟି); ଭଞ୍ଜନଗର ବ୍ଲକ ଅନ୍ତର୍ଗତ ବଡ଼ କୋଦଣ୍ଡା ନିକଟ ଚାପଡା ପଲ୍ଲୀ ମରାଠୀ ସାହିରେ ବାରହା ମାଂସ ବିକ୍ରୀ କରୁଥିବା ବେଳେ ବନ ବିଭାଗ କର୍ମଚାରୀ ମାନେ କୌଣସି ସୂତ୍ରରୁ ଖବର ପାଇ ସେଠାରେ ଚଢ଼ାଉ କରି ଏସ. ପବନ ନାମକ ଜଣେ ବ୍ୟକ୍ତିକୁ ଗିରଫ କରିବା ସହ ତାଠାରୁ ପ୍ରାୟ ୨୫ କିଲୋଗ୍ରାମ ବାରହା ମାଂସ ଜବତ କରିଥିଲେ।ଗତ ରାତିରେ ଅଭିଯୁକ୍ତ ବାରହା ଶିକାର କରି ବୁଧବାର ସକାଳେ ତାହାକୁ କାଟି ବିକ୍ରୀ କରୁଥିବା ଜଣାପଡିଛି। ଏହି ଚଢ଼ାଉ ବେଳେ ମୁଜାଗଡ଼ ରେଞ୍ଜର କୁମର ବେହେରାଙ୍କ ସମେତ ଶଙ୍କର ଗୌଡ଼,ଅନୀଲ ପଣ୍ଡା,ଫରେଷ୍ଟ ଗାର୍ଡ ଧନୁର୍ଦ୍ଧର ବେହେରା ଓ ଅନ୍ୟ ସ୍କ୍ୱାର୍ଡ କର୍ମଚାରୀ ସାମିଲ ଥିଲେ।ଗୁରୁବାର ଆସମୀକୁ କୋର୍ଟ ଚାଲାଣ କରାଯିବ ବୋଲି ରେଞ୍ଜର ବେହେରା କହିଛନ୍ତି।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.