କନ୍ଧମାଳ ଜିଲ୍ଲାରେ ହଇଚଇ ସୃଷ୍ଟି କରିଥିବା ପୁରୁଖା ଗଞ୍ଜେଇ ମାଫିଆ ପ୍ରକାଶ ଗିରଫ ।

0 479

ବାଲିଗୁଡା,୧୪/୦୩(ପିପିଟି):ସମଗ୍ର କନ୍ଧମାଳ ଜିଲ୍ଲା ପୁଲିସକୁ ବିଭିନ୍ନ ସ୍ଥାନରେ ଚକମା ଦେଇ ନିର୍ଭୟରେ ଗଞ୍ଜେଇ ବେପାରର କାୟା ବିସ୍ତାର କରି ଚାଲିଥିବା ପୁରୁଖା ଗଞ୍ଜେଇ ମାଫିଆକୁ ରବିବାର ବାଲିଗୁଡା ପୁଲିସ ଲଣ୍ଡାଗାଁ ପଞ୍ଚାୟତର ମୁଠାବାଲି ଅଞ୍ଚଳରୁ ଗିରଫ କରି କୋର୍ଟ ଚାଲାଣ କରିଛି । ପ୍ରକାଶ ଯେ, ବାଲିଗୁଡା ଏସଡିପିଓ ମନୋଜ କୁମାର ପୂଜାରୀ ଓ ପୋଲିସ ସଦଳ ବଳ ମାଓ ପ୍ରବଣ ଅଞ୍ଚଳ ଖମନଖୋଲ ଓ ଲଣ୍ଡାଗାଁ ପଞ୍ଚାୟତର ବିଭିନ୍ନ ଗ୍ରାମାଞ୍ଚଳରେ ପାଟ୍ରୋଲିଂ କରୁଥିବା ସମୟରେ ଏହି ପୁରୁଖା ଗଞ୍ଜେଇ ମାଫିଆ ପ୍ରକାଶ ମହାନନ୍ଦଙ୍କୁ ଗିରଫ କରି ପଚରା ଉଚୁରା କରିବା ସହ କୋର୍ଟ ଚାଲାଣ କରିଛନ୍ତି । ସୂଚନା ଯୋଗ୍ୟ ଯେ, ମାଫିଆ ପ୍ରକାଶ ଙ୍କ ନାମରେ ଏକ ପୁରୁଣା କେଶ ନଂ.୨୦୬/୨୦ ୟୁ /ଏସ.୨୦ ଏନଡିପିଏସ ଆକ୍ଟ ଅନୁଯାୟୀ ଗିରଫ କରି କୋର୍ଟ ଚାଲାଣ କରି ଏସଆଇ ରବୀନ୍ଦ୍ର ମୁଣ୍ଡାରୀ ତଦନ୍ତ ଭାର ଗ୍ରହଣ କରି ଅବ୍ୟାହତ ରଖିଥିବା ବିଷୟ ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରା ପ୍ରକାଶ କରିଛନ୍ତି ।
(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ ।)

Leave A Reply

Your email address will not be published.