ସଡକ ସୁରକ୍ଷା ସଚେତନତା ଶିବିର ଅନୁଷ୍ଠିତ।

0 308

ପୋଲସରା,୧୩/୦୩(ପିପିଟି); ଆଜି ସ୍ଥାନୀୟ ମାତୃଶକ୍ତି କଲ୍ୟାଣ ମଣ୍ଡପ ଠାରେ ସଡ଼କ ସୁରକ୍ଷା ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା। ସଡକ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଭୂବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟର ପ୍ରୋତ୍ସାହନ ଏବଂ ଛତ୍ରପୁର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ସମର୍ଥନରେ ଆୟୋଜିତ ଏହି କାର୍ଯ୍ୟକ୍ରମ କୁ ପୁରୁଷୋତ୍ତମପୁର ର ବିକାଶ ଅନୁଷ୍ଠାନ ଆୟୋଜନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ପୋଲସରା ପଞ୍ଚାୟତ ସମିତି ଅଧ୍ୟକ୍ଷ ବଳରାମ ସେଠୀ ମୂଖ୍ୟ ଅତିଥି ଏବଂ ସହକାରୀ ପରିବହନ ଅଧିକାରୀ କେ. ଭେଙ୍କଟେସ୍ ମୂଖ୍ୟବକ୍ତା ଭାବେ ଯୋଗ ଦେଇ ସଡକ ସୁରକ୍ଷା ସମ୍ପର୍କରେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ। ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଦିବାକର ମିଶ୍ର , ଶିକ୍ଷାଧିକାରି ତ୍ରିଲୋଚନ ତ୍ରିପାଠୀ ,ପଞ୍ଚାୟତ ସମିତି ଉପାଧ୍ୟକ୍ଷା ସଂଯୁକ୍ତା ବାଡତିଆ , ପୋଲସରା ଥାନା ଏଏସଆଇ ବାବୁଲାଲ ରାଉତ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଶିବିର ରେ ଯୋଗ ଦେଇ ସଡକ ସୁରକ୍ଷା ସମ୍ପର୍କରେ ନିଜସ୍ୱ ମତ ଉପସ୍ଥାପନ କରିଥିଲେ। ଏହି ଅବସରରେ ସଡକ ସୁରକ୍ଷା ସମ୍ପର୍କିତ ବକ୍ତୃତାରେ ଅଂଶଗ୍ରହଣ କରି ଶ୍ରେଷ୍ଠ ବିବେଚିତ ହୋଇଥିବା ପୋଲସରା ବିଜ୍ଞାନ ମହାବିଦ୍ୟାଳୟ , ଆଞ୍ଚଳିକ ମହିଳା ମହାବିଦ୍ୟାଳୟ ଏବଂ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ ର ୨୭ ଜଣ ଛାତ୍ରଛାତ୍ରୀଙ୍କୁ ବିକାଶ ପକ୍ଷରୁ ପୁରଷ୍କୃତ କରାଯାଇଥିଲା। ଶିବିର କୁ ବିକାଶର ସଭାପତି ପ୍ରଫୁଲ୍ଲ କୁମାର ରଥ ପରିଚାଳନା କରିଥିବା ବେଳେ ଶିବିର ପ୍ରାରମ୍ଭରେ ବିକାଶର ସମ୍ପାଦକ ଗୋକୁଳ ଚନ୍ଦ୍ର ଦାସ ଶିବିର ର ଉବ୍ଦେଶ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ଶେଷରେ ଉପସଭାପତି ରାମଚନ୍ଦ୍ର ପ୍ରଧାନ ଧନ୍ୟବାଦ ଦେଇଥିଲେ। ଶିବିର ଆରମ୍ଭ ପୂର୍ବରୁ ସଡକ ସୁରକ୍ଷା ବାର୍ତ୍ତା ନେଇ ବସଷ୍ଟାଣ୍ଡ ଠାରୁ ଗୋଟିଏ ଅଟୋ ଶୋଭାଯାତ୍ରା କରାଯାଇଥିଲା।
(ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା ।)

Leave A Reply

Your email address will not be published.