ଭଞ୍ଜନଗର,୦୯/୦୩(ପିପିଟି); ଭଞ୍ଜନଗର ଠାରୁ ଦଶପଲ୍ଲା ରାସ୍ତାର ପହଣ୍ଡା ଛକରେ ମଙ୍ଗଳବାର ଅପରାହ୍ନ ୫ଟା ସମୟରେ ଏକ ନଡ଼ିଆ ବୋଝେଇ ଟ୍ରକ ଓଲଟି ପଡିଛି ହେଲେ ଏଥିରେ କେହି ମୃତାହତ ହୋଇ ନଥିବା ଜଣାପଡିଛି। ଆଗକୁ ଶିବରାତ୍ରୀ ଥିବାରୁ ବ୍ରହ୍ମପୁର ଠାରୁ ଉକ୍ତ ଟ୍ରକ ନଂ ଓ.ଆର-୦୭ ପି. ୫୨୧୭ ନଡ଼ିଆ ଧରି ଦଶପଲ୍ଲା ଦେଇ ବଲାଙ୍ଗୀର ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଗୋଟିଏ ଗଛକୁ ଧକ୍କା ଦେଇ ଓଲଟି ପଡ଼ିଥିଲା।ଗାଡ଼ିରେ କେବଳ ଜଣେ ଡ୍ରାଇଭର ଥିବା ବେଳେ ଦୁର୍ଘଟଣାରେ ସେ ବର୍ତ୍ତି ଯାଇଥିବା ଜଣାପଡିଛି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )