ବନ ବିଭାଗ ଆନୁକୂଲ୍ୟରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ।

0 414

ଗାଙ୍ଗପୁର,୦୮/୦୩(ପିପିଟି); ଆଜି ଉତ୍ତର ଘୁମୁସର ବନଖଣ୍ଡ ଅନ୍ତର୍ଗତ କେନ୍ଦ୍ରିୟ ବନାଞ୍ଚଳ ଅଧିନସ୍ଥ ଗାଙ୍ଗପୁର ସେକ୍ସନର ବେଲଗୁଣ୍ଠା ବ୍ଳକ ଅନ୍ତର୍ଗତ କ୍ଷତ୍ରିୟବରପୁର ପଂଚାୟତର ପର୍ଶୁଲୁଣ୍ଡା ଗ୍ରାମରେ ବନବିଭାଗର ଓଡିଶା ବନାଂଚଳ ଉନ୍ନୟନ ପ୍ରକଳ୍ପ -୨ ଏବଂ ସମନ୍ୱିତ ମହିଳା ଓ ଶିଶୁବିକାଶ ବିଭାଗ ତରଫରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଗାଙ୍ଗପୁର ବନପାଳ ଜି.ଭେଙ୍କଟ ରାଓ ଦୋରା,ପ୍ରକଳ୍ପ ସଂଯୋଜକ ପ୍ରଶାନ୍ତ କୁମାର ସାହୁ,ସ୍ୱାତୀ ସ୍ଵେଚ୍ଛାସେବୀ ଅନୁଷ୍ଠାନର କର୍ମଚାରୀ କୁମାରି ପ୍ରିୟଦର୍ଶିନୀ ପ୍ରଧାନ, ବିଶ୍ଵଜିତ ବେହେରା,ଅଙ୍ଗନୱାଡ଼ି କର୍ମୀ ଚଞ୍ଚଳା ମିଶ୍ର ଯୋଗଦେଇ ମହାମାରୀ କରୋନାକୁ ରୋକିବାରେ ମହିଳାମାନେ କିପରି ମୁଖ୍ୟ ଭୂମିକା ନିଭାଇଥିଲେ ଓ ପୁରୁଷଙ୍କ ଭଳି ମହିଳାମାନଙ୍କ ସମାନ ଅଧିକାର ସମ୍ପର୍କରେ ବକ୍ତବ୍ଯ ପ୍ରଦାନ କରିବା ସହିତ ଜଙ୍ଗଲ ସୁରକ୍ଷା ଏବଂ ଜଙ୍ଗଲକୁ ନିଆଁ ଦାଉରୁ ରୋକିବା ସହ ତାର ଯତ୍ନ ନେବା ଦିଗରେ ମହିଳାମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିପାରିବେ ବୋଲି କହିଥିଲେ । ଏହା ସହିତ ଜଂଗଲ ସୁରକ୍ଷା ସଚେତନ ବୈଠକ କରି ପ୍ରତି ଘରୁ ଜଣେ ଜଣେ ଠେଙ୍ଗାପାଳି କରି ଜଂଗଲକୁ ସୁରକ୍ଷା ଆଦି କରିବା ବିଷୟରେ ସଚେତନ କରାଯିବା ସହ ଏକ ରାଲିର ଆୟୋଜନ କରାଯାଇ ସ୍ଳୋଗାନ ମାଧ୍ୟମରେ ଜନ ସାଧାରଣଙ୍କୁ ସଚେତନ କରାଯାଇଥିଲା । ଏହି ସଚେତନ ଶିବିରରେ ଦୁମୁଦୁମି ଓ ପର୍ଶୁଲୁଣ୍ଡା ଗ୍ରାମର ସମସ୍ତ ସ୍ୱୟଂସହାୟକ ଗୋଷ୍ଠିର ସଭ୍ୟା ଏବଂ ଅଙ୍ଗନୱାଡି ସହାୟିକା ପ୍ରମିଳା ଗୌଡ ଆଜିର ଶିବିରକୁ ପରିଚାଳନା କରିଥିଲେ ।

(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Leave A Reply

Your email address will not be published.