କଳାହାଣ୍ଡି,୦୮/୦୩(ପିପିଟି); ଏପରି ଏକ ଅଭାବନିୟ ଦୁର୍ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଳା କେସିଙ୍ଗା ବ୍ଳକ ପାଖ ୨ କି.ମି. ଦୂରରେ ଥିବା ତେଲ ନଦୀ ସେତୁ ପାଖରେ । ଗତ କାଲି ସନ୍ଧ୍ୟା ୭.୩୦ ଘଣ୍ଟା ସମୟରେ କୌଣସି କାମରେ ଲୁଥୁର ବନ୍ଧ ଅଭିମୁଖେ ଯାଉଥିବା ସମୟରେ ଭାରସାମ୍ୟ ହରାଇ ସ୍ବିଫ୍ଟ୍ ଡିଜାର ଗାଡି ୪୦ ଫୁଟ ତଳକୁ ଖସିପଡିଥିଲା। ଗାଡିର ଆଗ ଏବଂ ପଛ ଦୁଇ ସାଇଡ ଭାଙ୍ଗିଥିବା ବେଳେ ଗାଡିରେ ବେଲୁନ ଥିବା ଯୋଗୁଁ ବସି ଥିବା ଦୁଇ ଜଣ ବ୍ୟକ୍ତି ଅଳ୍ପକେ ବର୍ତ୍ତି ଯାଇଥିଲେ। ପ୍ରକାଶ ଥାଉକି ୪୦ ଫୁଟ ତଳକୁ ଖସିଥିବା ଗାଡିଟି କେସିଙ୍ଗା ଠାରେ ଥିବାର ପାୟଲ କପଡା ଓ ଗହଣା ଦୋକାନ ମାଲିକର ଗାଡି ବୋଲି ସୂଚନା ମିଳିଛି ।
(ରିପୋର୍ଟ- ଭିଷ୍ମ ସାହୁ ।)