ଶିଶୁ ବିକାଶ ପ୍ରକଳ୍ପ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ।

0 339

ବେଗୁନିଆପଡା,୦୮/୦୩(ପିପିଟି); ବେଗୁନିଆପଡା ବ୍ଲକ ଓଏଲଏମ ବୈଠକ ଗୃହ ଠାରେ ସିଡିପିଓ ସନ୍ଧ୍ୟାରାଣୀ ପାଣିଗ୍ରାହିଙ୍କ ତତ୍ୱାବଧାନ ରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥିଭାବେ ବ୍ଲକ ବିଡ଼ିଓ ବେଦବର ପ୍ରଧାନ ଯୋଗଦେଇ “ନାରୀ ଆଉ ଅବଳା କି ଦୁର୍ବଳା ହୋଇ ରହିନାହିଁ। ବର୍ତ୍ତମାନର ସମାଜ ମ‌ହିଳାଙ୍କୁ ନିଜ ଅଧିକାର ସାବ୍ୟସ୍ତ କରିବାକୁ ସୁଯୋଗ ଦେଇଛି । ମହିଳା ପୁରୁଷ ସଙ୍ଗେ କାନ୍ଧ କୁ କାନ୍ଧ ମିଳାଇ ସମାନ ହୋଇ ଆଗକୁ ବଢୁଛି। ମହିଳାଙ୍କୁ ସମ୍ମାନ ଦେଇ ସ୍ବତନ୍ତ୍ର ଭାବେ ଆଜି ବିଶ୍ବରେ ପାଳିତ ହେଉଛି ” ବିଶ୍ବ ମହିଳା ଦିବସ “। ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ମାଧ୍ୟମରେ ନାରୀ ସଶକ୍ତିକରଣ ଦିଗରେ ଦୃଷ୍ଟାନ୍ତମୂଳକ ଉଦାହରଣର ସୃଷ୍ଟି କରିଛି। ଯାହାକୁ ଆଧାର କରି ପ୍ରଶାସନ ପକ୍ଷରୁ ବିଶ୍ବ ମହିଳା ଦିବସ ଅତି ଗୁରୁତ୍ୱ ସ‌ହ ପାଳନ କରାଯାଉଛି ତେଣୁ ମହିଳାମାନେ ନିଜକୁ ନିଜେ ସୁରକ୍ଷ୍ୟା ଦେବା ସହିତ ସ୍ୱାବଲମ୍ବି ହେବାକୁ ପରାମର୍ଶ ଦେଇଥିଲେ । ବିକାଶ ନିମନ୍ତେ ମହିଳାଙ୍କ ଅବଦାନ ଯଥେଷ୍ଟ ରହିଛି ବୋଲି ସିଡିପିଓ ସନ୍ଧ୍ୟାରାଣୀ ପାଣିଗ୍ରାହୀ ମତପୋଷଣ କରିଛନ୍ତି। ଏହି ଅବସରରେ ଖଣ୍ଡିଆ ନଈ ଓ ବେଗୁନିଆପଡା ପଞ୍ଚାୟତ ର ୬ଜଣ କୁନି ଝିଅଙ୍କୁ ନେଇ “ମୋ ଗେହ୍ଲାଝିଅ “କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ତତ ସହିତ ଜନତା ଉଚ୍ଚ ବିଦ୍ୟାଳୟ ଛାତ୍ରୀ ମାନଙ୍କୁ ନେଇ ଶିଶୁ ବିକାଶ ନିମନ୍ତେ ଜୀବନ କୌଶଳ ଏବଂ ସୁରକ୍ଷା ବ୍ୟବସ୍ଥାର ଗୁରୁତ୍ୱ ଉପରେ କାର୍ଯ୍ୟକ୍ରମ “ଅଦ୍ଵିକା”ଅନୁଷ୍ଠିତ ହୋଇଥିଲା । ଏଥିରେ ସମସ୍ତ ଅଙ୍ଗନବାଡି ସୁପରଭାଇଜର, ଅରୁଣା କର୍ମକର୍ତ୍ତା, ମହିଳା ସଙ୍ଘ ମା ଏବଂ ମୋ ଗେହ୍ଲାଝିଅ ମା ମାନେ ଉପସ୍ଥିତ ଥିଲେ ।

(ରିପୋର୍ଟ- ସୂର୍ଯ୍ୟ ନାରାୟଣ ବଡୁ। )

Leave A Reply

Your email address will not be published.