ପ୍ରଗତିଶୀଳ ମହିଳା ସଂଗଠନ ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସରେ ସଭା ଓ ଶୋଭାଯାତ୍ରା ।

0 342

କାଶିନଗର,୦୮/୦୩(ପିପିଟି); ଆନ୍ତର୍ଜାତିୟ ମହିଳା ଦିବସ ଅବସରରେ ଆଜି ବିପ୍ଳବୀ ମହିଳା ସଂଗଠନ, ପ୍ରଗତିଶୀଳ ମହିଳା ସଂଗଠନ ପକ୍ଷରୁ କାଶୀନଗର ବ୍ଳକ୍ ସ୍ଥିତ ବୁଚିଗୁଡା ଗ୍ରାମରେ ଏକ ବିଶାଳ ସଭା ଓ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଜିଲ୍ଲାର କାଶୀନଗର ଓ ଗୁମ୍ମା ବ୍ଳକର ବିଭିନ୍ନ ଗ୍ରାମରୁ ଶହ ଶହ ମହିଳା ଏକତ୍ରିତ ହୋଇ ଏକ ଶୋଭାଯାତ୍ରାରେ ଯୋଗ ଦେବା ସହ ଶେଷରେ ସମାଵେଶର ଆୟୋଜନ କରିଥିଲେ। ତୁଳସୀ ଶବରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ମହିଳା ସମାବେଶରେ ନାରୀ ନେତ୍ରୀ ଆଞ୍ଜିଲି ଶବର, ମେଗାଦାଲ ଶବର, ସିମନ୍ତୀ ଗମାଙ୍ଗ, କୁମୁଦିନି ଗମାଙ୍ଗ, ନିହାପଲି ଶବରଙ୍କ ସମେତ ଅଖିଳ ଭାରତ କିଶାନ୍ ମଜଦୁର୍ ସଭାର ଜିଲ୍ଲା ସମ୍ପାଦକ କେଦାର ଶବର, କାଡୁକା ଶବର, ସମ୍ଵରା ଗମାଙ୍ଗ ପ୍ରମୁଖ ଉଦବୋଧନ ଦେଇ ସମାଜରେ ଲିଙ୍ଗ ଭିତ୍ତିରେ ମହିଳାଙ୍କ ଉପରେ ହେଉଥିବା ଭେଦଭାବ ଓ ହିଂସା ବିରୋଧରେ ଶକ୍ତିଶାଳୀ ଆନ୍ଦୋଳନ କରିବାକୁ ଡାକରା ଦେଇଥିଲେ । ମୋଦି ସରକାର ସମୟରେ ସରକାରଙ୍କ ଜନବିରୋଧୀ ନୀତିକୁ ବିରୋଧ କରିବା ଅଭିଯୋଗରେ ଅନେକ ମହିଳା କର୍ମୀ, ମହିଳା ଆଡଭୋକେଟ୍ ଏପରିକି କଲେଜ ଛାତ୍ରୀଙ୍କୁ ମଧ୍ୟ ମିଛ କେଶରେ ଗିରଫ କରି ଯେପରି ଜେଲ ପଠାଯାଉଛି ତାହା ଭିନ୍ନମତ ଉପରେ ଫାଶୀବାଦୀ ଆକ୍ରମଣ ବୋଲି ବକ୍ତାମାନେ କହିଥିଲେ ।

Leave A Reply

Your email address will not be published.