କୋଦଳା ଛୁଞ୍ଚିପଡା ରାସ୍ତା ଉନ୍ନତିକରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ।

0 387

କୋଦଳା,୦୩/୦୩(ପିପିଟି);ପର୍ଯ୍ୟଟନ ସ୍ଥଳ ମା ସିଂହାସନିଙ୍କ ନିକଟକୁ ଯିବା ନିମନ୍ତେ ଯାତ୍ରୀ ମାନଙ୍କ ସରଳିକରଣ ଓ ୨୨ ଖଣ୍ଡ ଆଦିବାସୀ ଗ୍ରାମକୁ ସଂଯୋଗ କରୁଥିବା କୋଦଳା ଛୁଞ୍ଚିପଡା ୧୦.୧୨୫ କିଲୋମିଟର ରାସ୍ତାର ଉନ୍ନତିକରଣ ସକାଶେ ପୂର୍ତ୍ତବିଭାଗ ଓଡିଶା ସରକାର ରାଜ୍ୟ ଯୋଜନା ଅନୁଦାନରୁ ସାତକୋଟି ଦୁଇ ଲକ୍ଷ ଟଙ୍କା ବରାଦରେ ନିର୍ମିତ ହେବାକୁ ଥିବା ରାସ୍ତାକୁ ମୁଖ୍ୟ ଅତିଥି ଭାବେ ଆସିକା ସାଂସଦ ପ୍ରମିଳା ବିଶୋଇ ଓ ସମ୍ମାନିତ ଅତିଥି ଭାବେ ମାନ୍ୟବର କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଯୋଗଦେଇ ଆନୁଷ୍ଠାନିକ ଭାବେ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏକ ବର୍ଣ୍ଣାଢ୍ୟ ପରିବେଶ ରେ ଶତାଧିକ ମହିଳା ଓ ପୁରୁଷଙ୍କ ଉପସ୍ଥିତିରେ ପୂର୍ତ୍ତବିଭାଗ ଏସଡ଼ିଓ ଲୋକେଶ୍ୱର ପାତ୍ର, କନିଷ୍ଠ ଯନ୍ତ୍ରୀ ସତ୍ୟ ନାରାୟଣ ବିଶୋଇ, କନିଷ୍ଠ କିରାଣୀ ପ୍ରଭାକର ପୋଲାଇଙ୍କୁ ତତ୍ୱାବଧାନରେ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଉକ୍ତ ରାସ୍ତାର ପ୍ରଶସ୍ତିକରଣ ହେବାଦ୍ୱାରା ୨୨ ଖଣ୍ଡ ଆଦିବାସୀ ଗ୍ରାମର ଜନସାଧାରଣ ଉପକୃତ ହେବାସହିତ ପ୍ରସିଦ୍ଧ ମା ସିଂହାସନି ଦର୍ଶନ ନିମନ୍ତେ ଯାତ୍ରୀମାନଙ୍କ ରାସ୍ତା ସୁଗମ ହୋଇପାରିବ ବୋଲି ବିଧାୟିକା ପ୍ରକାସ କରିଥିଲେ । ଉତ୍ତମ ମାନର କାର୍ଯ୍ୟ ସହିତ ନିର୍ଦ୍ଦିଷ୍ଟ ସମୟସିମା ମଧ୍ୟ ରେ କାର୍ଯ୍ୟ ଶେଷ କରିବା ପାଇଁ ବଜରଙ୍ଗୀ କନଷ୍ତ୍ରାକ୍ସନ ଠିକାଦାର ଧରଣୀଧର ପଣ୍ଡାଙ୍କୁ କହିଥିବା ଜଣାପଡ଼ିଛି । ଏହି ରାସ୍ତାର ପ୍ରଶସ୍ତିକରଣ ହେବା ଫଳରେ ଆଦିବାସୀ ଅଞ୍ଚଳ ଅଧିବାସୀ ଉପକୃତ ହୋଇପାରିବେ ବୋଲି ସାଂସଦ ପ୍ରମିଳା ବିଶୋଇ କହିଛନ୍ତି ।

(ରିପୋର୍ଟ- ସୂର୍ଯ୍ୟ ନାରାୟଣ ବଡୁ। )

Leave A Reply

Your email address will not be published.