ସାନଖେମୁଣ୍ଡି,୦୨/୦୩(ପିପିଟି);ବର୍ତ୍ତମାନ ଗ୍ରୀଷ୍ମଋତୁ ର ଆଗମନ ହେତୁ ଦିନ କୁ ଦିନ ଖରାର ତେଜ ବଢ଼ିବାରେ ଲାଗିଲାଣି । ହେଲେ ଖରାଠୁ ବଡ ଜଳ ସଙ୍କଟ ଗ୍ରାମରେ ଦେଖାଦେଲାଣି । ଲୋକେ ପାନୀୟ ଜଳ ପାଇଁ ଛଟପଟ ହେଉଛନ୍ତି ହେଲେ ସ୍ଥାନୀୟ ପ୍ରଶାସନ କୁମ୍ଭକର୍ଣ୍ଣ ନିଦ୍ରାରେ ସୋଇରହିଛନ୍ତି । ପ୍ରଶାସନର କାର୍ଯ୍ୟରେ ଅବହେଳା ଯୋଗୁଁ ନିରୀହ ଲୋକେ ଜଳ ଯନ୍ତ୍ରଣା ଭୋଗୁଛନ୍ତି । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଗଙ୍ଗପୁର ଗ୍ରାମରେ ପଞ୍ଚାୟତିରାଜ ଏବଂ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର ଦାୟିତ୍ବ ହୀନତା ଯୋଗୁଁ ଦୀର୍ଘ ୫ ବର୍ଷ ହେଲା ଅଚଳ ଅବସ୍ଥାରେ ପଡ଼ିରହିଛି ପାନୀୟ ଜଳ ପ୍ରକଳ୍ପ । ଗ୍ରାମରେ ୨୦୦୦ ରୁ ଉର୍ଦ୍ଧ୍ବ ପରିବାର ବସବାସ କରୁଛନ୍ତି । ୧୫ ବର୍ଷ ପୂର୍ବେ ଗ୍ରାମରେ ୨୦,୦୦୦ ଲିଟର ବିଶିଷ୍ଟ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ହୋଇଥିଲା ହେଲେ ଦୁଃଖର ବିଷୟ କିଛି ବର୍ଷ ଚାଲିଲା ପରେ ଅଚଳ ହୋଇ ପଡ଼ିରହିଲା । ଲୋକେ ଆଗରୁ ଯେମିତି ଅସୁବିଧାର ସମ୍ମୁଖୀନ ହେଉଥିଲେ ଏବେ ମଧ୍ୟ ସେମିତି ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗ୍ରାମବାସୀ ଏ ନେଇ ବାରମ୍ବାର ଅଭିଯୋଗ କଲେ କେହି ଗୁରୁତ୍ଵ ଦେଉନଥିବା ଗ୍ରାମବାସୀ କହିଛନ୍ତି । ବିଲ ମାଳ, କୂଅ,ନାଳରୁ ଲୋକେ ପାଣି ସଂଗ୍ରହ କରି ବ୍ୟବହାର କରୁଛନ୍ତି । ବସୁଧା ଯୋଜନା ଖାଲି ଯୋଜନାରେ ହିଁ ରହିଗଲା ଏହା କେବେ କାର୍ଯ୍ୟକାରୀ ହେବ ତାହା ଏବେ ବଡ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ।
(ରିପୋର୍ଟ- ଆରତ କୁମାର ହୋତା। )