ଯମୁନା ପାହାଡ ନିକଟରେ ଜରିବ୍ଯାଗରେ ଥିବା ବୋମାକୁ ନିଷ୍କ୍ରିୟ କଲା ପୁଲିସ।

0 562

କବିସୂର୍ଯ୍ୟନଗର,୦୨/୦୩(ପିପିଟି); ଆଜି ଅପରାହ୍ନରେ ପାଇକଯମୁନା ପାହାଡ଼ରେ ନିଆଁ ଲାଗିଥିବା ଖବର ପାଇ ଦମକଳ ବାହିନୀ ନିଆଁ ଲିଭାଇ ବାକୁ ଯାଇଥିବା ବେଳେ ଏକ ଜରିବ୍ୟାଗ ଭିତରେ ପ୍ଲାଷ୍ଟିକ ବାଲ୍ଟିଥିବା ଦେଖି ସନ୍ଦେହ ସୃଷ୍ଟି ହେବାରୁ କବିସୂର୍ଯ୍ୟନଗର ଥାନାକୁ ଜଣାଇଥିଲେ । ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତନଖି କରିବା ପରେ ବୋମା ଥିବା ଦେଖିଥିଲେ । ସେଠାରୁ ଦମକଳ ବାହିନୀ ସାହାଯ୍ୟରେ ପାଣି ଢାଳି ନିଷ୍କ୍ରିୟ କରିବା ପରେ ବାଲଟି ଭିତରେ ୪ଟି ଜୀବନ୍ତ ବୋମା ମିଳିଥିଲା । ପାହାଡ଼ ପାଦଦେଶରେ ବୋମା ଲୁଚାଇ ରଖିବା ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି। ପୁଲିସ ଘଟଣା ସମ୍ପର୍କରେ ଅନୁସନ୍ଧାନ କରୁଛି।

(ରିପୋର୍ଟ- ଉମାଚରଣ ପଟ୍ଟନାୟକ। )

Leave A Reply

Your email address will not be published.