ଉଲୁଣ୍ଡା,୦୬/୦୨(ପିପିଟି); ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଜାଲୋଏ ଗ୍ରାମ ପଂଚାୟତ ସରଧାଝୁଲି ଗାଁର ଚତୁରୁ ପ୍ରଧାନଙ୍କ ବାଡ଼ିରେ ଥିବା ପାଳଗଦାରେ ନିଆଁଲାଗି ପୋଡି ପାଉଁଶ ହୋଇଯାଇଛି । ବାଡ଼ିରେ ଥିବା କିଛି ଲେମ୍ବୁ,ଆମ୍ବ ଗଛ ସବୁ ପୋଡି ପାଉଁଶ ହୋଇଯାଇଥିବା ଜଣାଯାଇଛି। କେହି ଦୁର୍ବୁତ୍ତ ନିଆଁ ଲଗାଇଦେଇଥିବା ଅନୁମାନ କରାଯାଉଥିବାବେଳେ ବିରମହରାଜପୁର ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ ।
(ରିପୋର୍ଟ- ଶାନ୍ତୁନୁ କୁମାର କର୍ଣ୍ଣ। )