ଭୁବନେଶ୍ବର,୦୬/୦୨(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୮୨ । ବର୍ତ୍ତମାନ ସୁଦ୍ଧା ୭୮,୪୦,୭୭୨ ଜଣଙ୍କ ଟେଷ୍ଟ ସରିଛି । ସେଥି ମଧ୍ୟରୁ କରୋନା ପଜିଟିଭ ୩,୩୫,୫୪୮ ଚିହ୍ନଟ ହୋଇଛନ୍ତି ୩,୩୨,୭୩୩ ଜଣ ସୁସ୍ଥ ହୋଇଥିବା ବେଳେ ୮୫୩ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୧,୯୦୯ ଜଣଙ୍କର `ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୩,୦୮୪,ସୁସ୍ଥ ସଂଖ୍ୟା ୫୨,୬୯୧, ଚିକିତ୍ସିତ ସଂଖ୍ୟା ୪୭, ମୃତ ସଂଖ୍ୟା ୩୩୬, କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୯,୦୬୮, ସୁସ୍ଥ ସଂଖ୍ୟା ୨୮,୮୫୧, ଚିକିତ୍ସିତ ସଂଖ୍ୟା ୭୧, ମୃତ ସଂଖ୍ୟା ୧୪୨, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୧,୮୮୦, ସୁସ୍ଥ ସଂଖ୍ୟା ୨୧,୬୧୫, ଚିକିତ୍ସିତ ସଂଖ୍ୟା ୦୯, ମୃତ ସଂଖ୍ୟା ୨୪୮, ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି । ରାଜ୍ୟରେ ନୂତନ ଆକ୍ରାନ୍ତ ୮୨ ଜଣଙ୍କ ମଧ୍ୟରୁ ୪୯ କ୍ବାରେଣ୍ଟାଇନ୍ ସେଣ୍ଟର ଓ ୩୩ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି ।