ଗୋଲାପ ଫୁଲ ଦେଇ ସଡକ ସୁରକ୍ଷା ସଚେତନତା ।

0 378

ବେଲଗୁଣ୍ଠା,୦୧/୦୨(ପିପିଟି);ସଡକ ସୁରକ୍ଷା ସଚେତନତା ମାସ ପାଳନ ଅବସରରେ ଗାଙ୍ଗପୁର ଥାନା ଆମ ପୋଲିସ ତରଫରୁ କ୍ଷତ୍ରିୟବରପୁର ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟ ଛକ ଠାରେ ହେଲମେଟ ପିନ୍ଧିଥିବା ଏବଂ ଚାରିଚକିଆ ଯାନରେ ସିଟବେଲ୍ଟ ପିନ୍ଧିଥିବା ଲୋକ ମାନଙ୍କୁ ରାସ୍ତା ରେ ଗୋଲାପ ଫୁଲ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ମହାବିଦ୍ୟାଳୟ ପରିସରରେ ଏକ ସଚେତନତା ସଭା ଆୟୋଜନ କରାଯାଇଥିଲା । ଏଥିରେ ଗାଙ୍ଗପୁର ଥାନା ଅଧିକାରୀ ଧିରେସ କୁମାର ଦାସ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ସଚେତନତା ବାର୍ତା ଦେଇଥିଲେ । ଥାନା ଏସ ଆଇ ପ୍ରମୋଦ କୁମାର ବେହେରା ସମ୍ମାନିତ ଅତିଥି ରୂପେ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ହେଲମେଟ ପିନ୍ଧି ଗାଡି ଚଳେଇବାକୁ ପରାମର୍ଶ ଦେଇଥିଲେ । ଅଧକ୍ଷ ସୂର୍ଯ୍ୟକାନ୍ତ ମହାନ୍ତି ଏଥିରେ ସଭାପତିତ୍ୱ କରିଥିଲେ । ଗୋବିନ୍ଦ ରାଓ ସ୍ୱାଗତ ଭାଷଣ ଦେଇଥିବା ବେଳେ ପ୍ରାଧ୍ୟାପକ କପିଳ ସାହୁ ଧନ୍ୟବାଦ ଦେଇ ଥିଲେ । ପରବର୍ତ୍ତି ସମୟ ରେ ଯୁବ ରେଡକ୍ରସ, ଜାତୀୟ ସେବା ଯୋଜନା ଏବଂ ସ୍କାଉଟ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ଏକ ସଚେତନତା ରାଲି କରାଯାଇଥିଲା । ଏହାକୁ ଗାଙ୍ଗପୁର ପୋଲିସ ପରିଚାଳନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପ୍ରାଧ୍ୟାପକ ରାଜେନ୍ଦ୍ର ଡାକୁଆ, କୁମୁଦଚନ୍ଦ୍ର ମହାପାତ୍ର, ରୁନିବାଳା ତ୍ରିପାଠୀ, ସୁଶାନ୍ତ କୁମାର ଲେଙ୍କା, ପିଙ୍କି ପଲାଇ, ବିଜୟଲକ୍ଷ୍ମୀ ପାଢ଼ୀ ପ୍ରମୁଖ ସହଯୋଗ କରିଥିଲେ ।

(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Leave A Reply

Your email address will not be published.