ବିଭିନ୍ନ ସଂଗଠନ ତରଫରୁ ପଦ୍ମଶ୍ରୀ ପୂର୍ଣ୍ଣମାସୀ ଜାନୀଙ୍କୁ ଭୀମଭୋଇ ସମ୍ମାନ ଓ ସମ୍ବର୍ଦ୍ଧନା ।

0 350

ବାଲିଗୁଡା,୦୧/୦୨(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ସାରଙ୍ଗଡ଼ ନିକଟସ୍ଥ କାଣିବିଡିକା ଗ୍ରାମରେ କୁଇ ଭାଷା ସାହିତ୍ୟ ସମିତି ଓଡିଶା ଓ କୁଇ ସମାଜ ଯୁବ ପରିଷଦ କନ୍ଧମାଳର ମିଳିତ ଆନୁକୁଲ୍ୟରେ ପଦ୍ମଶ୍ରୀ ସମ୍ମାନ ପାଇଁ ମନୋନୀତ କନ୍ଧମାଳ ତଥା କୁଇ ଜାତିର ଗୌରବ ପୂର୍ଣ୍ଣମାସୀ ଜାନୀଙ୍କ ଉଦ୍ଦେଶ୍ୟରେ ଏକ ସମ୍ବର୍ଦ୍ଧନା ସଭା ଓ ଭୀମ ଭୋଇ ସମ୍ମାନ୨୦୨୧ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ମଙ୍ଗରାଜ ପ୍ରଧାନଙ୍କ ପୌରହିତ୍ୟରେ ଏହି ଉତ୍ସବ ଅନୁଷ୍ଠିତ ହୋଇଥିବା ବେଳେ କୁଇ ଭାଷା ସାହିତ୍ୟ ସମିତି ଓଡିଶା, କୁଇସମାଜ ଯୁବ ପରିଷଦ କନ୍ଧମାଳ, ଆଦିସ୍କନ୍ଧ ସମାଜ କାଳାହାଣ୍ଡି ଆଦି ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ଓ ସଦସ୍ୟମାନେ ଯୋଗଦେଇଥିଲେ। ଦୀନବନ୍ଧୁ କହଁର, ଡଃ ନୀରଦ ଚନ୍ଦ୍ର କହଁର, ଗଣପତି ମଲ୍ଲିକ, ଭୀମସେନ ପ୍ରଧାନ, ସୁର୍ଦଶନ କହଁର ଶକୁନ୍ତଳା ମଲ୍ଲିକ, ବିଜୟ କୁମାର ପ୍ରଧାନ, ମନୋଜ କୁମାର ମଲ୍ଲିକ ଲିସବନ ମମଲ୍ଲିକ, ଶ୍ରୀକାନ୍ତ ମଲ୍ଲିକ ଏବଂ କାଳାହାଣ୍ଡରୁ ମେଦିନିଧର ଜାନୀ ସୁରେଶ ଭୋଇ ବିଦେଶୀ ପ୍ରଗଣିଆ ରୁକଶବର ଗଗନ ବିହାର ସା ମାୟା ଛତ୍ରିଆ ଆଦି ମାନ୍ୟଗଣ୍ୟ ବ୍ୟକ୍ତି ମାନେ ମଂଚାସୀନ ହୋଇଥିଲେ। କାର୍ଯ୍ୟକ୍ରମରେ ପୂର୍ଣ୍ଣମାସୀ ଜାନୀଙ୍କୁ ପାରମ୍ପାରିକ ବାଜାବାଜଣା ବଜାଇ ମଞ୍ଚକୁ ପାଛୋଟି ଆଣାଯାଇଥିଲା। ଆବାହାକ ପ୍ରଦୀପ କହଁର ସ୍ୱାଗତ ଭାଷଣ ଦେଇ ମାନପତ୍ର ପଠନ କରିଥିଲେ। ଏଥି ସହିତ କୁଇଭାଷା ସାହିତ୍ୟ ସମିତି ସଭାପତି ଦିନବନ୍ଧୁ କହଁର ଏବଂ ସାଧାରଣ ସମ୍ପାଦକ ନୀରଦ ଚନ୍ଦ୍ର କହଁର ମାନପତ୍ର ଓ ଉପଢୌକନ ଦେଇ ପୂର୍ଣ୍ଣମାସୀଙ୍କୁ ଦ୍ୱିତୀୟ ଭୀମଭୋଇ ସମ୍ମାନ-୨୦୨୧ ଉପାଧିରେ ଭୂଷିତ କରି ସମ୍ମାନୀତ କରିଥିଲେ। ଏହାପରେ ଆଦିସ୍କନ୍ଧ ସମାଜ କଳାହାଣ୍ଡି ଦ୍ୱାରା କୁଇ କନ୍ଧ ଭୁମିପୁତ୍ରୀ ସମ୍ମାନରେ ସମ୍ମାନୀତ କରାଯାଇଥିଲା। ଏହାପରେ ଟାଡିସରୁ ବାଇ ବାବା କୁଇ ଓ ଓଡିଆରେ ଅନେକ ଭକ୍ତି ଭଜନ ଗାନ କରି ସମସ୍ତଙ୍କୁ ଆର୍ଶିବାଦ ପ୍ରଦାନ କରିଥିଲେ। ଏହିଅବସରରେ ଏକ କୁଇ ଭାଷା କବିତା ଆସର ଅନୁଷ୍ଠିତ ହୋଇଥିଲା। କୁଇ ସମାଜ ଯୁବ ପରିଷଦର ନିର୍ବାଚନ କରାଯାଇ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା। ସର୍ବସମ୍ମତି କ୍ରମେ ଦେବାଶିଷ କହଁରଙ୍କୁ ସଭାପତି ଭାବେ ଚୟନ କରାଯାଇଥିବା ବେଳେ ଉପସଭାପତି ଭାବେ ଭୀମସେନ ପ୍ରଧାନ, ମଙ୍ଗରାଜ ପ୍ରଧାନ ଓ ଆଲୋକକହଁର ସାଧାରଣ ସମ୍ପାଦକ ଭାବେ ଅଚ୍ୟୁତ ଜାନୀ, ଯୁଗ୍ମସମ୍ପାଦକ ଭାବେ ଗୌତମ ମଲିକ, ବିଶ୍ୱମ୍ବର ପ୍ରଧାନ, ନିତ୍ୟାନନ୍ଦ ପ୍ରଧାନ, କୋଷାଧ୍ୟକ୍ଷ ଭାବେ ଗଗନ କହଁର ସହ କୋଷାଧ୍ୟକ୍ଷ ଭାବେ ଭାବିନ୍ଦ୍ର କହଁରଙ୍କୁ ନିର୍ବାଚିତ କରାଯାଇଥିଲା। ସମସ୍ତ ନିର୍ବାଚିତ କର୍ମକର୍ତା ଟାଡିସରୁ ବାଇ ବାବାଙ୍କ ଆର୍ଶିବାଦ ଲାଭ କରିଥିଲେ।ଶେଷରେ କୁଇ ସମାଜ ଯୁବ ପରିଷଦର ସଭାପତିଙ୍କ ଦ୍ୱାରା ଧନ୍ୟବାଦ ଅର୍ପଣ କରାଯାଇଥିଲା ।
(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ

Leave A Reply

Your email address will not be published.