ଅବକାରୀ ବିଭାଗରେ ଚଢାଉ ୩୨୫ ଲିଟର ଚୋରା ଦେଶୀ ମଦ ଜବତ ।

0 641

ଭଞ୍ଜନଗର,୨୨/୦୧(ପିପିଟି),ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଓ ଅବକାରୀ ଅଧିକ୍ଷକ ରଜେନ୍ଦ୍ର ଭତ୍ରାଙ୍କ ନିର୍ଦେଶ କ୍ରମେ ଆଜି ଆସିକା ଅବକାରୀ ଇନିସପେକ୍ଟର ଧିରେନ କୁମାର ବେହେରାଙ୍କ ନେତୃତ୍ୱ ରେ ଭଞ୍ଜନଗର ଥାନା ଅନ୍ତର୍ଗତ ନାହାତୋଟା ସାହି, ବିଛୁଆତି ତୌଳା,ବିରିପଦର,ଜି. ରମ୍ଭା ଏବଂ ବେଡିଗୋବା ଏବଂ ଏହାର ପାଖଆଖ ଅଞ୍ଚଳରେ ଅବକାରୀ ବିଭାଗ ତରଫରୁ ଚଢାଉ ଜୋରଦାର କରାଯାଇଥିଲା । ଆଜିର ଏହି ଚଢାଉରେ ୩୨୫ ଲିଟର ଚୋରା ଦେଶୀ ମଦ ୪୬୦୦ ଲିଟର ମହୁଲ ଏବଂ ଗୁଡ ମିଶ୍ରିତ ପୋଚ ଜବତ ସହ ମଦ ପ୍ରସ୍ତୁତିରେ ବ୍ୟବହାର ହେଉଥିବା ବ୍ୟାପକ ସରଞ୍ଜାମ ଜବତ କରାଯାଇଛି । ବେଆଇନ ମଦ ରାନ୍ଧିବା ଓ ବିକ୍ରି ମାମଲାରେ ୫ଗୋଟି କେସ ରୁଜ୍ଜୁ କରାଯାଇଥିବା ବେଳେ ୩ ଜଣଙ୍କୁ ଗିରଫ କରାଯାଇଛି । ଆଜିର ଏହି ଚଢାଉରେ ଭଞ୍ଜନଗର ଅବକାରୀ ଥାନା ଅଧିକାରୀ ପାର୍ଥସାରଥୀ ରାଉତ,ବୁଗୁଡ଼ା ସହକାରୀ ଉପ ନିରରୀକ୍ଷ ମମତା ଦାସ,ସୋରଡ଼ା ସହକାରୀ ଉପନିରୀକ୍ଷକ ବିଜୟ ମଲ୍ଲିକ ଏବଂ ଭଞ୍ଜନଗର, ବୁଗୁଡ଼ା, ସୋରଡ଼ା ଅବକାରୀ ସିପାହୀ ମାନେ ଚଢାଉରେ ସାମିଲ ଥିଲେ ।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ ।)

Leave A Reply

Your email address will not be published.