ଜଳ ସ୍ୱଛତା ଦିବସ “ପାଳିତ ।

0 204

କୋଦଳା,୧୮/୦୧(ପିପିଟି); ରବିବାର ବିଜ୍ଞାପିତ ଅଞ୍ଚଳ ପରିଷଦ କୋଦଳା ପକ୍ଷରୁ ନିର୍ବାହୀ ଅଧିକାରୀ ସୁଜିତ କୁମାର ଚୌଧୁରୀଙ୍କ ନିର୍ଦ୍ଦେଶ ପ୍ରକାରେ କନିଷ୍ଠଯନ୍ତ୍ରୀ ଯତୀନ୍ଦ୍ର ମୋହନ ବେହେରା ଓ ସ୍ୱଛତା ବିଶେଷଜ୍ଞ ଚନ୍ଦ୍ର ମାରାଣ୍ଡିଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ “ଜଳ ସ୍ୱଛତା ଦିବସ “କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମ କୁ ସୁ ପରିଚାଳନା କରିବା ପାଇଁ ପର୍ଯ୍ୟବେକ୍ଷକ ଭାବେ ଛତ୍ରପୁର ଗଞ୍ଜାମ ଡିପିଏମୟୁ କୈଳାଶ ଚନ୍ଦ୍ର ମହାପାତ୍ର ଯୋଗଦେଇ କାର୍ଯ୍ୟକ୍ରମ କୁ ଆରମ୍ଭ କରିଥିବା ବେଳେ ଏନ୍ଏସି କର୍ମକର୍ତ୍ତା, ସଫେଇ କର୍ମଚାରୀ, ଅଙ୍ଗନୱାଡି କର୍ମୀ /ସହାୟିକା, ମହିଳା ସଙ୍ଘ ମା ଓ ବହୁ ସମାଜସେବୀ ଏକତ୍ରିତ ହୋଇ ଏନ୍ଏସି କାର୍ଯ୍ୟାଳୟ ଠାରୁ ବାହାରି ନିଜ ଘରର ର ପାଞ୍ଚ ମିଟର କ୍ଷେତ୍ର ପରିସରକୁ ସଫା ରଖିବା,ଘରୁ ବାହାରୁଥିବା ଓଦା ଓ ଶୁଖିଲା ଅଳିଆ ଆବର୍ଜନାକୁ ଅଲଗା ଅଲଗା ଭାବେ ଏନ୍ଏସି ଗାଡିରେ ଦେବା,ବାହ୍ୟ ମଳମୁକ୍ତ କରିବା,ସମସ୍ତଙ୍କ ଘରେ ପାଇଖାନା ନିର୍ମାଣ କରିବା ପ୍ରଭୃତି ସ୍ଲୋଗାନ ଦେଇ ଦେବାନ ବନ୍ଧ ପୋଖରୀକୁ ସଫେଇ କରିଥିଲେ । ପ୍ରତ୍ୟକ ସମୟ ରେ ପୋଖରୀ ଯେପରି ସଫାସୁତୁରା ରୁହେ ସେଥିପ୍ରତି ସତର୍କ ରହିବାକୁ କହିବା ସହିତ ଏଥି ନିମିତ୍ତ ଏକ ଶପଥ ପାଠ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟ ରେ ଏନଏସି ବରିଷ୍ଠ କିରାଣୀ ଉଦୟ ନାଥ ସାହୁ, ଦ୍ୱାରିକା ନାଥ ପାଢ଼ୀ, ସନ୍ତୋଷ କୁମାର ପଣ୍ଡା, ରାଜେନ୍ଦ୍ର ପ୍ରସାଦ ସାହୁ,ସ୍ବପ୍ନ କୁମାର ସାହୁ,ଧୀରଜ କୁମାର ପାତ୍ର, ହରିଶ ଚନ୍ଦ୍ର ରାଉଳ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ !

Leave A Reply

Your email address will not be published.