ବ୍ରହ୍ମପୁର,୦୮/୦୧(ପିପିଟି); ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁ ବିକାଶ ପାଇଁ ଅର୍ଥର ଅଭାବ ନାହିଁ କିନ୍ତୁ ଦୁର୍ନୀତିକୁ ରୋକିବା ପାଇଁ ସୁଯୋଗ ନାହିଁ। ମୁଖ୍ୟମନ୍ତ୍ରୀଙ୍କ ଦୁର୍ନୀତି ବିରୁଦ୍ଧରେ ଜିରୋ ଟଲରେନ୍ସ କଥାକୁ ତଳ ସ୍ତରରେ କିଏ ଗୁରୁତ୍ୱ ଦିଅନ୍ତି ନାହିଁ। ହିଞ୍ଜିଳିକାଟୁ ନିର୍ବାଚନ ମଣ୍ଡଳୀରେ ଦାୟିତ୍ୱ ହୀନ ବିକାଶ ଚାଲିଛି। ହିଞ୍ଜିଳିକାଟୁ ଠାରେ ଅବକାରୀ ବିଭାଗ କାର୍ଯ୍ୟାଳୟ ପ୍ରୟ ୧୦ ବର୍ଷ ତଳେ ଯୋଜନା ବିହୀନ ଭାବରେ ନିର୍ମାଣ କରାଯାଇଥିଲା। ଉକ୍ତ ଗୃହ ନିର୍ମାଣ କାର୍ଯ୍ୟ ରାସ୍ତା ଓ କୋଠାବାଡି ବିଭାଗ ଦ୍ବାରା କରାଯାଇଥିଲା। ସେତେବେଳେ ପୂର୍ତ୍ତ ବିଭାଗ ମୁଖ୍ୟମନ୍ତ୍ରୀଙ୍କ ଅଧିନରେ ଥିଲା। ଅବକାରୀ ବିଭାଗ କାର୍ଯ୍ୟାଳୟ ପାଇଁ ଦକ୍ଷ ଯନ୍ତ୍ରୀ ମାନେ ପାହାଡ ଉପରେ ବିନା ରାସ୍ତାରେ ଗୃହ ନିର୍ମାଣ ପାଇଁ ଡିଜାଇନ୍ ଓ ଏଷ୍ଟିମେଟ ପ୍ରସ୍ତୁତ କଲେ। ଟଣ୍ଡେର ହୋଇ କାର୍ଯ୍ୟ ଶେଷ ହେଲା। କାର୍ଯ୍ୟାଳୟ ଅବକାରୀ ବିଭାଗକୁ ହସ୍ତାନ୍ତର ହୋଇ ପାରିଲା ନାହିଁ। ଅବକାରୀ ବିଭାଗ ଭଡାଘରେ କାର୍ଯ୍ୟାଳୟ କଲେ। ଇତି ମଧ୍ୟରେ ୨୦୧୪ ଓ ୨୦୧୯ ଦୁଇଟି ନିର୍ବାଚନ ସରିଲାଣି କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘଟଣା ସମ୍ପର୍କରେ ଜାଣି ପାରିଲେ ନାହିଁ। ବର୍ତ୍ତମାନ ଅବକାରୀ କାର୍ଯ୍ୟାଳୟ ଜରାଜିର୍ଣ୍ଣ ଅବସ୍ଥାରେ। ଚାରି ପଟେ ଲଟାବୁଦା। ରାସ୍ତା ନାହିଁ। ପୁଣି ଅବକାରୀ କାର୍ଯ୍ୟାଳୟ ପ୍ରାଚୀର ନିର୍ମାଣ ପାଇଁ ପ୍ରାୟ ୯ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି। କାର୍ଯ୍ୟାଳୟକୁ ମରାମତି କରିବାକୁ ପଡିବ। କିନ୍ତୁ ରାସ୍ତା ନଥାଇ ଯୋଜନା ହୁଏତ ପୃଥିବୀରେ ଏହା ଏକ ବିରଳ ଘଟଣା। ଏହି ଭଳି ତୃଟି ପୂର୍ଣ୍ଣ ଯୋଜନା ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହୋଇଛି ତାହା ଜିଲ୍ଲାପାଳ ଅନୁଧ୍ୟାନ କରିବାକୁ କେବେ ଯାଇ ନଥିବେ। ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଯୋଜନା କରିବା ତାହା ପୁଣି ଅଦରକାରୀ ହୋଇ ନଷ୍ଟ ହେବା ଦ୍ଵାରା ରାଜକୋଷରୁ ଅର୍ଥ ଆତ୍ମସାତ କଲାଭଳି ଘଟଣା। ଏହି ତୃଟିପୂର୍ଣ୍ଣ ଯୋଜନା ପାଇଁ ଉତ୍ତର ଦାୟୀ କିଏ ? ମନ୍ତ୍ରୀ ନା ଯନ୍ତ୍ରୀ ! ଏହି ଘଟଣା ସମ୍ପର୍କରେ ମୁଖ୍ୟମନ୍ତ୍ରୀ,5T ସଚିବ,ପାରିବାର ଜିଲ୍ଲାପାଳ,ଦକ୍ଷ ନିର୍ବାହୀ ଯନ୍ତ୍ରୀ ଓ ଅବକାରୀ ଅଧିକ୍ଷକ ଭର୍ଚୁଆଲ ଆଲୋଚନା ଗୋଟିଏ ହୋଇଯାଉ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି।