ଝଙ୍କଡ଼ ଶାରଳାପୀଠ ଚନ୍ଦନ ପୋଖରୀର ପଚାପାଣି ଦୁର୍ଗନ୍ଧରେ ଶ୍ରଦ୍ଧାଳୁ ଅତିଷ୍ଠ ।

0 342

ଜଗତସିଂହପୁର,୦୭/୦୧(ପିପିଟି); ଜଗତସିଂହପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ଝଙ୍କଡ଼ ବାସିନୀ ମା’ଶାରଳାଙ୍କ ପୀଠର ଚନ୍ଦନ ପୋଖରୀରେ ଅଳିଆ ଆବର୍ଜନା ପଡି ପାଣିରୁ ପଚାଗନ୍ଧ ବାହାରୁଥିବା ଦେଖିବାକୁ ମିଳିଛି। ମନ୍ଦିର ପରିସର ସହ ସ୍ଥାନୀୟ ବଜାରରେ ମଧ୍ୟ ବ୍ୟାପୁଛି ଏହି ପଚାପାଣିର ଦୁର୍ଗନ୍ଧ। ଚନ୍ଦନ ପୋଖରୀର ଏହି ପଚାପାଣି ଦୁର୍ଗନ୍ଧରେ ଶ୍ରଦ୍ଧାଳୁଙ୍କ ସମେତ ସ୍ଥାନୀୟ ବଜାରର ବ୍ୟବସାୟୀ ମାନେ ଅତିଷ୍ଠ ହୋଇପଡିଥିବା ବେଳେ ପ୍ରଶାସନର ଭୂମିକାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ମା’ଙ୍କ ଦର୍ଶନ ନିମନ୍ତେ ଆସୁଥିବା ଶ୍ରଦ୍ଧାଳୁ ମାନେ ପ୍ରଥମେ ଏହି ଚନ୍ଦନ ପୋଖରୀରେ ହାତଗୋଡ ଧୋଇବା ସହ ମୁଣ୍ଡରେ ପାଣିଛିଞ୍ଚି ହେବାପରେ ମନ୍ଦିର ଭିତରେ ପ୍ରବେଶ କରିଥାନ୍ତି। କରୋନା ପାଇଁ ବନ୍ଦ ରହିଥିବା ଝଙ୍କଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ଶାରଳାଙ୍କ ମନ୍ଦିର ଗତ ୩ ତାରିଖରୁ ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ ଖୋଲାଯାଇଥିବା ବେଳେ ଚନ୍ଦନ ପୋଖରୀକୁ ପ୍ରଶାସନ ପକ୍ଷରୁ ଅଣଦେଖା କରାଯାଉଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ଦେଖାଦେଇଥିବା ବେଳେ ବୁଦ୍ଧିଜୀବୀ ମହଲରେ ନିନ୍ଦା କରାଯାଉଥିବା ଦେଖିବାକୁ ମିଳିଛି।

(ରିପୋର୍ଟ- ପ୍ରତାପ କୁମାର ସିଂହ। )

Leave A Reply

Your email address will not be published.