ତିର୍ତ୍ତୋଲ,୦୧/୦୧(ପିପିଟି); ତିର୍ତ୍ତୋଲ ଥାନା ଅନ୍ତର୍ଗତ କଟରା ଠାରେ ନିଃସ୍ଵାର୍ଥ ସେଵା ସଂଗଠନ, ଜଗତସିଂହପୁର ତରଫରୁ ଗରାମ, ତୁଳଙ୍ଗ,କଟରା, ପଟିଲୋ ଗ୍ରାମପଞ୍ଚାୟତର ପ୍ରାୟ ୪୦ ଜଣ ଅସହାୟ ଲୋକଙ୍କୁ ଶୀତ ବସ୍ତ୍ର ସହ ଅଟା,ଚା,ଦୁଗ୍ଧ ପାଉଡର, ବିସ୍କୁଟ ଏବଂ ଏକ ଷ୍ଟାଣ୍ଡ ସହାୟକ ଓ୍ଵାକର୍ ବଣ୍ଟନ କରାଯାଇଛି । ଯୁବ ସମାଜସେବୀ ଅଜିତ୍ ପାଳ ଏହି କାର୍ଯ୍ୟକ୍ରମର ପ୍ରାରମ୍ଭିକ ସୂଚନା ଦେଵା ସହ ଅତିଥି ମାନଙ୍କୁ ମଞ୍ଚାସୀନ ହେବାକୁ ନିବେଦନ କରିଥିଲେ । ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଫଟୋ ସମ୍ମୁଖରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଶିକ୍ଷାବିତ୍ ଲୋକନାଥ ବଳଙ୍କ ସଭାପତିତ୍ଵରେ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା । ମୂଖ୍ଯ ବକ୍ତା ମହେନ୍ଦ୍ର ଆଚାର୍ଯ୍ୟ, ମୁଖ୍ୟ ଅତିଥି ଧୀରେନ୍ଦ୍ର ନାଥ ବିଶ୍ଵାଳ, ସମ୍ମାନନୀୟ ଅତିଥି ସମିତି ସଭ୍ୟ ବାଇଧର ବଳ, ପୂର୍ବତନ ସରପଞ୍ଚ ଅମୀୟ ରଞ୍ଜନ ବଳ, ନିଃସ୍ଵାର୍ଥ ସେବା ସଂଗଠନ ର ସଭାପତି ସୁଦର୍ଶନ ଦାସ, କୋଷାଧ୍ୟକ୍ଷ ମିତାଲି ମୋନାଲିସା ମହାନ୍ତି ଏହି ସଭାରେ ନିଜର ବକ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମକୁ କଟରା ପଞ୍ଚାୟତର ପୂର୍ବତନ ସରପଞ୍ଚ ଅମୀୟ ରଞ୍ଜନ ବଳ,ପ୍ରୀତିରଞ୍ଜନ ସ୍ଵାଇଁ ଓ ସ୍ଥାନୀୟ ଯୁବକମାନେ ସହଯୋଗ ଯୋଗାଇ ଦେଇଥିବାରୁ ମଞ୍ଚାସୀନ ଅତିଥି ମାନେ ସେମାନଙ୍କ ପ୍ରଶଂସା କରିଥିଲେ । ନିଃସ୍ୱାର୍ଥ ସେବା ସଂଗଠନର ଉପସଭାପତି ମଧୁସ୍ମିତା ପାଳ,ସଭ୍ୟ ତ୍ରିଲୋଚନ ସ୍ବାଇଁ, ସୁନୀଲ ସେଠୀ, ନାରାୟଣ ସାହୁ ପ୍ରମୁଖଙ୍କ ସହ ଅନ୍ୟ ସଦସ୍ୟମାନେ ଯୋଗ ଦେଇଥିଲେ । (ରିପୋର୍ଟ – ସୁକାନ୍ତ କୁମାର ମହାନ୍ତି।)