ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଚଞ୍ଚକତାକୁ ନେଇ ବିଜେପିର ପ୍ରତିବାଦ।

0 322

ବେଲଗୁଣ୍ଠା,୨୮/୧୨(ପିପିଟି); କେନ୍ଦ୍ର ସରକାର ଦେଉଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ଚଂଚକତା କରି ବିଜୁ ପକ୍କା ଘର ନାମରେ ହିତାଧିକାରୀଙ୍କୁ ବିଭ୍ରାନ୍ତ କରି,ଘର କାନ୍ଥରେ ଷ୍ଟିକେର ମାରିବା କାର୍ଯ୍ୟକୁ ଦୃଢ ବିରୋଧ କରିବା ସହିତ ନିନ୍ଦା ଓ ପ୍ରତିବାଦ କରି ସୋରୋଡ଼ା ବ୍ଲକ ବଜେପି ତରଫରୁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନୀଳମଣି ବିଷୋୟୀଙ୍କ ନେତୃତ୍ୱରେ ଓ ଜିଲା ସାଧାରଣ ସଂପାଦକ ରଞ୍ଜନ କୁମାର ରାଉତଙ୍କ ତତ୍ୱାବଧାନରେ ଓ ମଣ୍ଡଳ ସଭାପତି ରାଧାମୋହନ ସ୍ୱାଇଁ,ଶିବ ଦିଗଲ, ଭି,ଜଗଦୀଶ ରାଜୁ,ସୁରେନ୍ଦ୍ର ସାହୁ ଓ ବୁଲୁ ସ୍ୱାଇଁ ଙ୍କ ଉପସ୍ଥିତିରେ ତା ୨୮,୧୨,୨୦୨୦ ଦିନ ଏକ ଦାବି ପତ୍ର ଦେବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାର୍ତ୍ତାକୁ ଚିରି ଏବଂ ପୋଡିବା ସହ ପ୍ରତିବାଦ କରାଯାଇଛି।ସେହିପରି ଅନୁରୂପ ଭାବେ ବେଲଗୁଣ୍ଠା ବ୍ଲକ ସମ୍ମୁଖରେ ଜିଲ୍ଲା ସାଧାରଣ ସଂପାଦକ ରଞ୍ଜନ କୁମାର ରାଉତଙ୍କ ନେତୃତ୍ୱରେ ମଣ୍ଡଳ ସଭାପତି ସୁଧାଂଶୁ ଶେଖର ପୋଲାଇ,ପ୍ରହଲ୍ଲାଦ ଲେଙ୍କା, ସୁରେନ୍ଦ୍ର ଡାକୁଆଙ୍କ ସହ ବହୁ ବଜେପି କର୍ମୀ ଉପସ୍ଥିତ ରହି ପ୍ରତିବାଦ କରି ବିଡିଓଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଥିଲେ।

(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Leave A Reply

Your email address will not be published.