ଫୋଟ ଦାମ ବୃଦ୍ଧିକୁ ନେଇ ଜିପିଏ ର ବୈଠକ ଓ ବନ୍ଧୁ ମିଳନ ।

0 285

ଭଞ୍ଜନଗର,୨୫/୧୨(ପିପିଟି); ଘୁମୁସର ଫୋଟ ଗ୍ରାଫର ଆସୋସିଏସନ ତରଫରୁ ଆଜି ସୋରିଷ ମୁଳି ବଙ୍ଗଳା ଠାରେ ବନ୍ଧୁମିଳନ ଓ ଅନ୍ୟାନ୍ୟ ସମସ୍ୟାକୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।ସଭାପତି ଜୟକୃଷ୍ଣ ପଟ୍ଟନାୟକଙ୍କ ସଭାପତିତ୍ୱ ରେ କାର୍ଯ୍ୟକ୍ରମ ରେ ଉପଦେଷ୍ଟା ବିରଞ୍ଚି ପ୍ରସାଦ ମିଶ୍ର, ସମ୍ପାଦକ ସାଗର ବେହେରା, କୋଷାଧ୍ୟକ୍ଷ ସମୀର ସ୍ୱାଇଁ, ଦର୍ପ ନାରାୟଣ ଜେନା ଓ ଅନ୍ୟମାନେ ମଞ୍ଚରେ ଉପସ୍ଥିତ ଥିଲେ।ସବୁ ଜିନିଷ ପତ୍ରର ଦରଦାମ ବୃଦ୍ଧି ପାଇଥିବା ବେଳେ ଫୋଟ ଦାମରେ ବୃଦ୍ଧି ଘଟି ନଥିବାରୁ ଷ୍ଟୁଡିଓ ମାଲିକ ମାନେ କ୍ଷତି ସହୁଥିବାରୁ ଆସନ୍ତା ନୂଆ ବର୍ଷ ଠାରୁ ପାସଫୋଟ ଦାମ ୫୦ଟଙ୍କା କରିବାକୁ ସ୍ଥିର ହୋଇଛି।ଏଥିସହ ଅନ୍ୟାନ୍ୟ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିଲା।ଆରମ୍ଭରେ ବରିଷ୍ଠ ଫୋଟ ଗ୍ରାଫର ଖଗେଶ୍ୱର ବେହେରା ଓ ସିଲୁ ରଥଙ୍କ ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା କରାଯାଇଥିଲା।ଏଥିରେ ଅନୀଲ ବିଷୋୟୀ, ଶୁକୁ ମହାନ୍ତି,ପପୁନ ବିଷୋୟୀ, ଆଦିତ୍ୟ ଦିହୁଡ଼ି, ସମୀର ବେହେରା, ନିରଞ୍ଜନ ପ୍ରଧାନ, ଟିଟୁନ ପଣ୍ଡା ଓ ଅନ୍ୟମାନେ ସହଯୋଗ କରିଥିଲେ।ବିଭିନ୍ନ ସ୍ଥାନରୁ ପ୍ରାୟ ୪୦ରୁ ଉର୍ଦ୍ଧ୍ବ ସଦସ୍ୟ ଉପସ୍ଥିତ ଥିଲେ।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.