ଖଲ୍ଲିକୋଟ ବ୍ଲକର ଶ୍ରୀ ନଳୀନାକ୍ଷ୍ଯପୁର ଗ୍ରମରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାଗଜ କଲମରେ ରହିଯାଇଛି।

0 1,444

ଖଲ୍ଲିକୋଟ,୧୪/୧୨(ପିପିଟି); ଖଲ୍ଲିକୋଟ ବ୍ଲକରେ ପନୀୟ ଜଳ ସଙ୍କଟ ଓ ଦୁର୍ନୀତି ସଂପର୍କରେ ଖବର ପ୍ରକାଶ ପାଉଛି। ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ଓଡିଆ ଆଲପୁର ପଞ୍ଚାୟତର ଶ୍ରୀ ନଳୀନାକ୍ଷ୍ଯପୁର ଗ୍ରମରେ ଦୀର୍ଘ ବର୍ଷ ଧରି ପାନୀୟ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ ଓ ରକ୍ଷଣାବେକ୍ଷଣ ରେ ଦୁର୍ନୀତି ନଜରକୁ ଆସିଛି। ସେଠାରେ କୌଣସି ପ୍ରକଳ୍ପ ନାହିଁ କି ଭୂମି ତଳେ ମଧ୍ୟ ପାଇପ୍ ଲାଇନ୍ ବିଛାଯାଇ ନାହିଁ କିନ୍ତୁ କାଗଜପତ୍ରରେ ପନୀୟ ଜଳ ପ୍ରକଳ୍ପ ନିର୍ମାଣ ହୋଇଛି ବୋଲି ଚର୍ଚ୍ଚା ଶୁଣିବାକୁ ମିଳୁଛି। ପନୀୟ ଜଳ ସମସ୍ୟା ଦୂର କରିବା ପାଇଁ ଆଉ ଗୋଟିଏ ପମ୍ପ ଗୃହ ନିର୍ମାଣ କରି ଅଳ୍ପ କିଛି ଷ୍ଟାଣ୍ଡ ପାଇପ୍ ଯୋଗେ ପାଣି ଦିଆଯାଉଥିଲା କିନ୍ତୁ ସିଏ ମଧ୍ୟ ଦୀର୍ଘ ଦିନ ଧରି ବନ୍ଦ ରହିଛି। ବିଦ୍ଯୁତ୍ ତାର ଛିଣ୍ଡି ପଡିଛି। ପମ୍ପ ଗୃହରେ ତାଲା ପଡିଛି। ସେ ଭିତରେ ମୋଟର ଅଛି କି ନାହିଁ ଜଣା ପଡୁ ନାହିଁ। ଜିଲ୍ଲା ପ୍ରଶାସନ ଓ ଭିଜିଲାନ୍ସ ତଦନ୍ତ କଲେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ ଓ ରକ୍ଷଣାବେକ୍ଷଣ ରେ ଦୁର୍ନୀତି ସମ୍ପର୍କରେ କ’ଣ ହୋଇଛି ତାହା ସ୍ପଷ୍ଟ ଜଣା ପଡିବ। ଯଦି ପ୍ରକଳ୍ପ ନିର୍ମାଣ ଓ ରକ୍ଷଣାବେକ୍ଷଣ କାଗଜପତ୍ର କରାଯାଇଛି ତାହା ହେଲେ ଯେଉଁ ଯନ୍ତ୍ରୀ ଓ ଠିକାଦାର ସଂପୃକ୍ତ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି।

Leave A Reply

Your email address will not be published.