ଚୋରି ଜିନିଷ ଉଦ୍ଧାର, ୩ ଗିରଫ ।

0 235

ବେଲଗୁଣ୍ଠା,୧୨/୧୨(ପିପିଟି),ଚୋରି ଘଟଣାର ତଦନ୍ତ କରି ବେଲଗୁଣ୍ଠା ପୋଲିସ ୩ ଜଣଙ୍କୁ ଗିରଫ କରିବା ସହ ଚୋରୀ ଯାଇଥିବା ଜିନିଷ ଜବତ କରି ୬୩୧/ ୨୦ ରେ ଏକ ମାମଲା ରୁଜୁ କରି ସମସ୍ତଙ୍କୁ ଆଜି କୋର୍ଟ ଚାଲାଣ କରିଛି । ବେଲଗୁଣ୍ଠା ଓ ବାଣତୁମ୍ଭ ଗ୍ରାମ ମଝିରେ ଏକାକୀ ଘର କରି ରହୁଥିବା ଏ ସିବାରାଓ ଆଚାରି ପ୍ରାୟ ୧୫ ଦିନ ହେବ ବାହାରକୁ ଚାଲିଯାଇଥିଲେ । ଏହାର ସୁଯୋଗ ନେଇ ଗତ ୫ ତାରିଖ ମଧ୍ୟ ରାତ୍ରରେ ବାଣତୁମ୍ଭ ଗ୍ରାମର ବାବୁ ନାୟକ ୩୫,ଭରତ ନାୟକ ଓରଫ ଜଡ଼ା ୨୦,ଜିତେନ୍ଦ୍ର ପୋଲାଇ ୨୦, ତିନି ଜଣ ମିଶି ସିବା ରାଓଙ୍କ ଘରୁ ଦୁଇଟି ଗ୍ୟାସ ଟାଙ୍କି, ଗୋଟିଏ ଗ୍ରାଇଣ୍ଡର,ଗୋଟିଏ ଷ୍ଟାଣ୍ଡ ଫେନ,୨୧ ଇଞ୍ଚ ଏଲଜି ଟିଭି, ତିନଟି ମୋବାଇଲ ଫୋନ, ତିନଟି ସିଲିଙ୍ଗ ଫେନ ଓ ଗୋଟିଏ ତଳ ଫେନ,ହୋମ ଥିଏଟର ଓ ନଗଦ ୨୦,୦୦୦ ଟଙ୍କା ନେଇଯାଇଥିଲେ । ଫାଣ୍ଡି ଅଧିକାରୀ ପ୍ରକାଶ କୁମାର ସାହୁ ଘଟଣାର ତଦନ୍ତ କରି ଆଜି ଭୋରରୁ ବାଣ ତୁମ୍ଭ ଗ୍ରାମରେ ଚଢ଼ାଉ କରି ବାବୁ, ଭରତ ଓ ଜିତେନ୍ଦ୍ରକୁ ଗିରଫ କରିବା ସହ ସେମାନଙ୍କ ଘରୁ ଚୋରି ଜିନିଷ ଓ ୨୦,୦୦୦ ଟଙ୍କାକୁ ଉଦ୍ଧାର କରିଥିଲେ ।

(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Leave A Reply

Your email address will not be published.