ଶନିଶ୍ଚର ମନ୍ଦିରରେ ଶୁଭ ଜଳ ଯାତ୍ରା ଓ ଅଙ୍କୁରରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ।

0 408

ବେଗୁନିଆପଡା,୧୦/୧୨(ପିପିଟି):ଏହି ବ୍ଲକ ଅନ୍ତର୍ଗତ ବୁରୁଝରୀ ପଞ୍ଚାୟତ ନିକଟସ୍ଥ ବାଲିବଣ ଠାରେ ଶ୍ରୀ ଗୋପାଲକୃଷ୍ଣ ପୁରୀ ବନାଶ୍ରମ ଠାରେ ନୂତନ ନିର୍ମିତ ଶ୍ରୀ ଶନିଶ୍ଚର ରତ୍ନ ମୁଦ କାର୍ଯ୍ୟକ୍ରମ ଅବସରରେ ଆଜି ଶତାଧିକ ମହିଳା ଭକ୍ତ ନୂତନ ବସ୍ତ୍ର ପରିଧାନ କରି କଳସ ଶୋଭାଯାତ୍ରା ରେ ସାମିଲ ହୋଇଥିଲେ | ଆସନ୍ତା କାଲି ମନ୍ଦିରର ରତ୍ନମୁଦ କାର୍ଯ୍ୟକ୍ରମ ହେବାକୁ ଥିବାବେଳେ ଆଜି ଦିନ ୧୧ ଟା ସମୟେ ଶୁଭତିଥି ଅନୁସାରେ ଜ୍ଞାନୀ ଆଚାର୍ଯ୍ୟ ଓ ବିଶିଷ୍ଟ ପଣ୍ଡିତ ଗଣ ହରେ କୃଷ୍ଣ ହରେ ରାମ କୀର୍ତନ ସହିତ ଖୁବ ଆଡମ୍ବରରେ ଏହି କାର୍ଯ୍ୟ ସମ୍ପାଦନା କରିଥିଲେ । ପୂଜାର କର୍ତ୍ତାଙ୍କ ସମେତ ଅଖପାଖ ୫ଟି ପଞ୍ଚାୟତରୁ ମହିଳା ମାନେ ମନ୍ଦିରରୁ ଧାଡି ବାନ୍ଧି ନିକଟସ୍ଥ ନଦୀରୁ ପୂଜା ରୀତିନୀତି ଅନୁସାରେ କୁମ୍ବରେ ଜଳ ଭାର ଧରି ମନ୍ଦିର କୁ ଫେରିଥିଲେ । ଆଜିର କାର୍ଯ୍ୟକ୍ରମରେ ଶରତ ଚନ୍ଦ୍ର ପାଣ୍ଡୀ, ସୁରେନ୍ଦ୍ର ପ୍ରଧାନ,ନାରାୟଣ ସାହୁ, ମହେନ୍ଦ୍ର ଗୌଡ଼ ପ୍ରମୁଖ ପରିଚାଳନା କରିଥିଲେ । ସୂଚନା ଯୋଗ୍ୟ ଯେ ଦୀର୍ଘ ୪୦ବର୍ଷ ଧରି ପୁରୀର ଜଣେ ସାଧୁବାବା ଶ୍ରୀଶ୍ରୀ ଗୋପାଳ କୃଷ୍ଣ ଏଠାରେ ମଠଟିଏ କରି ରହୁଥିବା ବେଳେ ତାଙ୍କ ତତ୍ୱାବଧାନରେ ତିଆରି ହେଉଥିବା ଏହି ଶନିଶ୍ଚର ମହାଗ୍ରହଙ୍କ ମନ୍ଦିରକୁ ବିଶ୍ୱସ୍ତରୀୟ କରିବା ସକାଶେ ଆଖ ପାଖ ଅଞ୍ଚଳର ବହୁ ଭକ୍ତଙ୍କ ଅବଦାନ ରହିଛି । ଆସନ୍ତା କାଲି ରତ୍ନମୁଦ ସକାଶେ ଗଞ୍ଜାମ ଜିଲ୍ଲାରୁ ବହୁ ଅତିଥି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

(ରିପୋର୍ଟ ସୌଜନ୍ୟ- ମୁନା ନାୟକ। )

Leave A Reply

Your email address will not be published.